Advertisment

ସରକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଛାଟ..ଫ୍ରିଜ୍ ଭିତରେ ଲୁଚାଇ ରଖୁଥିଲେ କଳା ଟଙ୍କା..

ପୁଣି ଭିଜିଲାନ୍ସ ଫାସରେ ପଡିଲେ ସରକାରୀ କୁବେର । ଗରମ ମିଜାଜ ଦେଖାଇ ଲୁଟିଥିବା କଳା ଟଙ୍କାକୁ ଫ୍ରିଜ୍ ଭିତରେ ଲୁଚାଇ ଥଣ୍ଡା କରୁଥିଲେ । ଏ ବାବୁ ଜଣକ ହେଉଛନ୍ତି କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
cuttack

Cuttack

ପୁଣି ଭିଜିଲାନ୍ସ ଫାସରେ ପଡିଲେ ସରକାରୀ କୁବେର । ଗରମ ମିଜାଜ ଦେଖାଇ ଲୁଟିଥିବା କଳା ଟଙ୍କାକୁ ଫ୍ରିଜ୍ ଭିତରେ ଲୁଚାଇ ଥଣ୍ଡା କରୁଥିଲେ । ଏ ବାବୁ ଜଣକ ହେଉଛନ୍ତି କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ।

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। କଟକ ମହାନଦୀ ବିହାର ସ୍ଥିତ ଦୁଇ ମହଲା ଘର, ଗଣ୍ଡରପୁର ସ୍ଥିତ ଅଫିସ, ନେମାଳ ସ୍ଥିତ ପୈତୃକ ବାସଭବନ ଓ ଭୁବନେଶ୍ୱର ଉପକଣ୍ଠ ପାହାଳ ସ୍ଥିତ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଘରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢଉ କରିଛି ।

ମନୋଜ ବେହେରାଙ୍କ ଘରୁ ମଧ୍ୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ ହୋଇଛି । ସବୁଠାରୁ ବଡ କଥା ହେଉଛି ଫ୍ରିଜ୍ ଭିତରେ ଟଙ୍କା ଲୁଚାଇ ରଖିଥିଲେ ସମ୍ପୃକ୍ତ ଯନ୍ତ୍ରୀ। ପାଖାପାଖି ୭୫ ହଜାର ୫ଶହ ଟଙ୍କା ଫ୍ରିଜ୍ ଭିତରୁ ମିଳିଛି । ପ୍ରାୟ ୪୮୦ ଗ୍ରାମ ସୁନା ସହ ହୋଇଛି କଟକ ଓ ଭୁବନେଶ୍ୱରରେ ଏକକାଳୀନ ୬ ଟି ପ୍ଲଟ୍ ଠାବ ହୋଇଛି ।

Advertisment
Vigillance Vigilance Raid Cuttack
Advertisment
Advertisment