• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ହେଉଛି ୨୦୨୨ ମସିହା, ମାର୍ଚ୍ଚମାସ ୧୬ ତାରିଖ, ବୁଧବାର, ମୀନ୨ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ। ତିଥି ତ୍ରୟୋଦଶୀ, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର...

ମେଷ:-ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ

ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି

ଋଣ ପରିଶୋଧ କରିପାରିବେଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ବୃଷ:-ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ ।

ଟଙ୍କାର ଆବଶ୍ୟକତା ପୂରଣ ହୋଇ ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ ।

ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ।

ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହୋଇ କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ସମୟ ବିତାଇବେ। ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ

ଜମି ଜମା ସଙ୍କ୍ରାନ୍ତିୟ କାଗଜ ପତ୍ରରେ ସଫଳତା ମିଳିବ

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କର୍କଟ:-କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ ଓ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ

ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ

ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଅନୁଭବ କରିବେ

ଶୁଭ ସମାଚାର ପାଇ ମନ ଖୁସି ହେବଓ ନୂତନ କାର୍ଯ୍ୟରେ ଉନ୍ନତି ହେବ

କର୍ମୋନ୍ନତିର ସୂଚନା ପାଇବା ସହ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ

ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ

କନ୍ୟା:-ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ

ଛାତ୍ର ଛାତ୍ରୀ ମାନଙ୍କର ସଂଘର୍ଷ ଦ୍ୱାରା ସଫଳତା ମିଳିବ

ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା:-ଶତୃନାଶ, ଋଣନାଶ ଓ ପରିଚାଳନାଗତ ସମସ୍ୟା ସମାଧାନ ହେବ

ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ

ପରିବହନ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ବିଚ୍ଛା:-କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ସଫଳତା ମିଳିବ।

ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ।

କର୍ମକ୍ଷେତ୍ରରେ ପ୍ରସିଦ୍ଧି, ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ଧନୁ:-ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରନ୍ତି।

ଯଦି କୌଣସି ନୂତନ ଯୋଜନା କରିବାକୁ ଚାହୁଁଥାନ୍ତି, ତାହେଲେ ଆଗେଇ ନେବା ଉଚିତ୍ ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମକର:-କାର୍ଯ୍ୟ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ହେବା ସହ କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ:-ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ

ରାଜକୀୟ ମାମଲାରେ ସଫଳତା ମିଳିବା ସହନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ । କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବେ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ମୀନ:-ଧନ, ଧାନ୍ୟ, ମାନସମ୍ମାନ ତଥା ପରାକ୍ରମରେ ବୃଦ୍ଧି ହେବ । ଶତୃମାନେ ମଥାନତ କରିବେଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟ ରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ