• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଦିଅର କ୍ଷତ ବିକ୍ଷତ। ଭାଉଜକୁ ବାଘ ଆକ୍ରମଣ ସମୟରେ ଦିଅର ଲଢି ଲଢି ବାଘ ମୁହଁରୁ ବଞ୍ଚେଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ଥାନା ଖଡମବେଡା ଗ୍ରାମ ପଞ୍ଚାୟତ ତାରଣା ଗାଁରେ ଆଜି ଭୋରୁ ମାଏନୋ ହାଁସଦା ( ୪୦ ବର୍ଷ) ପରିସ୍ରା ପାଇଁ ଦାଣ୍ଡକୁ ଯାଇଥିଲେ। ଠିକ୍ ଏତିକି ବେଳେ ନିକଟରେ ଥିବା ଏକ ଜଙ୍ଗଲ ଭିତରୁ ଏକ କଲରାପତରିଆ ବାଘ ତାଙ୍କ ଉପରେ ଆକ୍ରମଣ କରିଥିଲା ଓ ତାଙ୍କ ହାତକୁ କାମୁଡି ଦେଇଥିଲା। ବାଘର ଆକ୍ରମଣରେ କ୍ଷତ ବିକ୍ଷତ ହୋଇ ଯନ୍ତ୍ରଣାରେ ମହିଳା ଚିତ୍କାର କରିବାରୁ ତାଙ୍କ ଦିଅର ଦଶରଥ ହାଁସଦା (୨୫ ବର୍ଷ ) ସେଠାକୁ ଧାଇଁଆସିଥିଲେ ଆଉ ବାଘ ଉପରକୁ ଝାମ୍ପି ପଡିଥିଲେ। ଦଶରଥ ବାଘ ସହ ଲଢିଥିଲେ। ବାଘ ମଧ୍ୟ ଦଶରଥଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲା। କିଛି ସମୟ ମୁହାଁମୁହିଁ ପରେ ବାଘ ପଳାଇ ଯାଇଥିଲା।

ଏହା ପରେ ପରିବାର ଲୋକେ ଉଭୟ ଭାଉଜ ଦିଅରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ରାଇରଙ୍ଗପୁର ଏସିଏଫ ବୈଦ୍ୟନାଥ ମାଝି କହିଥିଲେ ଯେ ଦୁଇ ଜଣଙ୍କୁ  କଲରପତରିଆ ବାଘ ଆକ୍ରମଣ କରିଥିବା ଜଣାପଡିବା ପରେ ବିଶୋଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛି ବୋଲି ସୂଚନା ଦେଇଥିଲେ।