• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହା ହେବା ପାଇଁ ନିଜ ଇଛାରେ ଧର୍ମ ପରିବର୍ତ୍ତନ କଲେ ଯୁବତୀ । ମୁସ୍‌ଲିମ୍‌ରୁ ହେଲେ ହିନ୍ଦୁ । ଝିଅର ଇଛାକୁ ସମ୍ମାନ ଜଣାଇ ପରିବା ଲୋକେ ମଧ୍ୟ ସମର୍ଥନ କରିଛନ୍ତି । ଶେଷରେ ମୁସଲିମରୁ ହିନ୍ଦୁ ହେଲେ ଯୁବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ବରଗଡ଼ ପାଇକମାଲ ଗାଁର ସାଇନା ବାନୁ ନାମକ ଜଣେ ଯୁବତୀ ଧର୍ମ ପରିବର୍ତ୍ତନ କରି ଏବେ ସୋନମ ଆର୍ଯ୍ୟ ହୋଇଛନ୍ତି ।

ସାଇନା ଛୋଟ ବେଳୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ଥିଲେ । ବଡ଼ ହେବା ପରେ ହିନ୍ଦୁ ଯୁବକଙ୍କୁ ବାହା ହେବା ପାଇଁ ଇଛା କରିଥିଲେ । ତେବେ ଏଥିରେ ବାଧକ ସାଜିଥିଲା ଧର୍ମ । ତେଣୁ ପରିବାର ଲୋକଙ୍କୁ ଶେଷରେ ହିନ୍ଦୁ ହେବା ପାଇଁ ଉଦ୍ୟମ କଲେ । ଏଥିପାଇଁ ବଲାଙ୍ଗିର ଆର୍ଯ୍ୟ ସମାଜଠାରେ ଆବେଦନ କରିଥିଲେ । ଆର୍ଯ୍ୟ ସମାଜ ପ୍ରଶାସନଠାରୁ ଅନୁମତି ଆଣିବା ପରେ ସେ ଧର୍ମ ପରିବର୍ତ୍ତନ କରିଛନ୍ତି । ଆର୍ଯ୍ୟ ଭବନଠାରେ ରୀତିନୀତି ଅନୁଯାୟୀ ଏହି ପ୍ରକ୍ରିୟା ସଂପନ୍ନ ହୋଇଛି । ନିଜ ଇଚ୍ଛାରେ ସେ ଏଭଳି କରିଥିବା କହିଛନ୍ତି ।