/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647416117.jpg)
online trading
‘ ମା’ବାବା ମୋତେ କ୍ଷମା କରିଦେବ । ଜୀବନରେ ଏମିତି କିଛି କରିବି ବୋଲି କେବେ ଭାବିନଥିଲା । ହେଲେ ମୋ ପରିସ୍ଥିତି ମୋତେ ଏସବୁ କରିବାକୁ ବାଧ୍ୟ କଲା । ଯେତେ ବାହାରିବାକୁ ଚେଷ୍ଟା କଲି ଅନଲାଇନ୍ ଟ୍ରେଡିଂର ମାୟାଜାଲ ଭିତରକୁ ସେତେ ପଶିଗଲି । ଭଗବାନଙ୍କୁ ଗୁହାରୀ କରୁଛି, ମୁଁ ଗଲାପରେ ତୁମମାନଙ୍କୁ ଭଲରେ ରଖିବେ । ଦୟା କରି ମୋତେ କ୍ଷମା କରିଦେବ । ’ ଟ୍ରେଡିଂରେ ବିଫଳ ହୋଇ ଜୀବନ ହାରିଲେ ଯୁବକ ଆଉ ବାପାମା’ଙ୍କ ଉଦ୍ଦେଶ୍ୟରେ ଏପରି ଚିଠି ଛାଡ଼ିଯାଇଛନ୍ତି ।
ଜଳେଶ୍ୱର ଥାନା ଅନ୍ତର୍ଗତ ଅମ୍ବଳିଅଠା ଗ୍ରାମର ସୌମିତ୍ର ନନ୍ଦୀ। ବାଙ୍ଗାଲୋର ଠାରେ ଇନଫୋସିସ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ । କରୋନା ପାଇଁ ଅଫିସ ବନ୍ଦ ହେବା ପରେ ଘରେ ରହି କାମ କରୁଥିଲେ । ଆଉ ଏହି ସମୟରେ ସୌମିତ୍ରଙ୍କ ମୋବାଇଲରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇଥିଲା ଓ ସେହି ଆକାଉଣ୍ଟରୁ ଟ୍ରେଡିଂ କରାଯାଉଥିଲା । ତେବେ ଯେତେବେଳେ କ୍ଷତି ସହୁ ଥିଲେ ସାଙ୍ଗମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ଆଦାୟ କରୁଥିବା ପରିବାର ଲୋକେ କହିଛନ୍ତି । ଆଉ ତାଙ୍କୁ ବ୍ଲାକମେଲ୍ କରୁଥିଲେ ।
ଏହିପରି ସୌମିତ୍ର ଲକ୍ଷାଧିକ ଟଙ୍କା ତାଙ୍କ ସାଙ୍ଗ ମାନଙ୍କୁ ଦେଇଥିଲେ । ହେଲେ ବାକି ଟଙ୍କା ନଦେଇ ପାରିବାରୁ ମାମଲା ଜଳେଶ୍ୱର ଥାନାରେ ମାମଲା ପହଞ୍ଚିଥିଲା । ପରେ ତାଙ୍କ ବାପା ଜମି ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିଲେ। ଶେଷରେ ଏସବୁ ସହ୍ୟ ନହେବାରୁ ସେ ଜାଙ୍କ ଜୀବନ ଦେଇଦେଇଛନ୍ତି । ଦୁଇଟି ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ସୌମିତ୍ର । ସେ ସିନା ଚାଲିଗଲେ, ବାପାମା’ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି । ତେବେ ତାଙ୍କ ମୃତ୍ୟୁ ପାଇଁ ଜଳେଶ୍ୱର iic rojaline ବେହେରାଙ୍କୁ ପରିବାର ଲୋକେ ଦାୟୀ କରିଛନ୍ତି । ତେବେ ଏନେଇ ଆଇଆଇସିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)