Advertisment

ଗୋଟିଏ ଦିନରେ ପୁରୀରେ ଦୁଇ ଦୁଇଟି ମର୍ଡର, ଲୋକଙ୍କ ମନରେ ଛନକା

ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Murder In Puri

Murder In Puri

ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨ଟି ମର୍ଡର ଘଟଣାକୁ ନେଇ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। 

Advertisment

ସୂଚନା ଅନୁସାରେ, ପୁରୀ ବାରବାଟୀ ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପୂର୍ବ ଶତ୍ରୁତାରୁ ଫାୟାରିଂ କରି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡକୁ ୨ ରାଉଣ୍ଡ୍ ଗୁଳି କରିଥିଲେ।  ଜମି ଡିଲ୍ ବେଳେ ଫାୟାରିଂ ହୋଇଥିବା ସୂଚନା ମିଳିଛି। କୃଷ୍ଣଚନ୍ଦ୍ର ପ୍ରତିହାରୀ ସୁଆର ମହାସୁଆର ନିଯୋଗର ସମ୍ପାଦକ ଥିଲେ ।

Advertisment

ସେହିପରି ପୁରୀ ବାଲିଘାଟ ଅଞ୍ଚଳରେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଶୁଭଦ୍ରାନଗରରେ ଏହି ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ ନେଇ ପୁଅ କଟୁରିରେ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା, ଭାଇ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରିଛି।

ଉଭୟ ଘଟଣାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

Murder Murder In Puri
Advertisment
Advertisment