Advertisment

ସ୍ତ୍ରୀକୁ ହତ୍ୟା କରି ଶଳାର ସ୍ତ୍ରୀ ସହ ଫେରାର, ଥାନାରେ ଅଭିଯୋଗ କଲେ ପରିବାର ଲୋକ

ସ୍ୱାମୀ ନୁହେଁ ସେ ପିଶାଚ । ସ୍ତ୍ରୀକୁ ମାରି ଶଳାର ସ୍ତ୍ରୀ ସହ ଫେରାର ମାରିଲା ।

author-image
Prangyan Parimita
murder

murder

ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ । ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ସିନ୍ଦୂରର ମାନ ରଖିଲାନି ।  ସ୍ତ୍ରୀକୁ ହତ୍ୟା କରି ଶଳାର ସ୍ତ୍ରୀକୁ ଭାଉଜକୁ ସାଙ୍ଗରେ ଧରି ଫେରାର ମାରିଲା ଅଭିଯୁକ୍ତ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁରେ ଘଟିଛି ଏପରି ଅଘଟଣ । ଏନେଇ ଥାନାରେ ଅଭିଯୋଗ କରାଯାଇଛି ।

Advertisment

୭ବର୍ଷ ପୂର୍ବରୁ ରେକୁଟିଆ ଗାଁର ତ୍ରିଲୋଚନ ଜେନା ଜଳସୁଆଁ ଗାଁର ନନ୍ଦିନୀ ଜେନାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା । ଫଳରେ ଉଭୟ କିଛି ଦିନ ଧରି ଶ୍ୱଶୁର ଘର ଜଳସୁଆଁରେ ରହୁଥିଲେ। ଏହି ସମୟରେ ନିଜ ଶଳା ଭାଉଜଙ୍କ ସହ ତ୍ରିଲୋଚନଙ୍କର ଅନୈତିକ ସମ୍ପର୍କ ଗଢି ଉଠିଥିଲା । ତିନି ଦିନ ତଳେ ସ୍ତ୍ରୀକୁ ସାଙ୍ଗରେ ଧରି ତ୍ରିଲୋଚନ ନିଜ ଘର ରେକୁଟିଆକୁ ପଳାଇ ଆସିଥିଲା।

ହେଲେ ଆଜି ସକାଳୁ ନନ୍ଦିନୀଙ୍କୁ ହତ୍ୟା କରି ଶ୍ୱଶୁର ଘରକୁ ଯାଇ ଶଳା ଭାଉଜଙ୍କୁ ଧରି କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଶ୍ୱଶୁର ଘର ଲୋକେ । ନନ୍ଦିନୀଙ୍କୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ତ୍ରିଲୋଚନଙ୍କ ଶଳା ହୀରଣ୍ୟ ଜେନା ଏସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Advertisment

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ

Murder
Advertisment
Advertisment