• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୀମ୍‌ସାରରେ ଚିକିତ୍ସା ଅବହେଳାରୁ କୋଭିଡ୍ ମୃତ୍ୟୁ ଅଭିଯୋଗ ମାମଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୨ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଡାସହ ୧୧ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମେ ୨’ ତାରିଖ ସୁଦ୍ଧା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । କ୍ଷତିପୂରଣ ଦେବା ସହ ମେ ୨’ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଦ୍ୱିତୀୟ ଲହର ବେଳେ ଭୀମସାରରେ ଚିକିତ୍ସା ଅବହେଳା ଅଭିଯୋଗ ଆସିଥିଲା । 

ପୂର୍ବରୁ ବୁର୍ଲା ଭୀମସାର ମେଡିକାଲ କଲେଜରେ କିଛି କୋଭିଡ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ମେଡିକାଲ ବିରୋଧରେ ଅଭିଯୋଗ କରିଥିଲେ । ପରିବାର ଲୋକେ କହିଥିଲେ କି ମେଡିକାଲରେ ଚିକିତ୍ସା ଅବହେଳାରୁ ସେମାନଙ୍କ ପରିଜନଙ୍କର ମୃତ୍ୟୁ ହୋଇଥିଲା । ଏନେଇ କୋର୍ଟ ତରଫରୁ ଜଣେ ଅବସର ପ୍ରାପ୍ତ ଜଷ୍ଟିଷଙ୍କୁ ଏହାର ତଦନ୍ତ କରିବାକୁ ଦାୟିତ୍ୱ ଦେଇଥିଲେ ହାଇକୋର୍ଟ । ଏବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ଷତିପୂରଣ ଦେବାକୁ କହିଛନ୍ତି ।