• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବସ୍‌-ଟ୍ରକ୍‌ ଧକ୍କାରେ ୨୦ ଆହତ । ଟ୍ରକ୍‌ଟି ଯାଉଥିବା ସମୟରେ ଯାତ୍ରୀବାହୀ ବସ୍‌ ପଛରୁ ପିଟିବା ଫଳରେ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଭଦ୍ରକ ଭଣ୍ଡାରିପୋଖରୀ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥ ଥାନା ନିକଟରେ ବସଟି ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି ।

ଜଗା କାଳିଆ ନାମକ ଏକ ବସ୍‌ଟି କଲିକତାରୁ ଭୁବନେଶ୍ୱର ପଥେ ଯାଉଥିବାବେଳେ ଏକ ଟ୍ରକ ସହ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ପ୍ରାୟ ୨୦ରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଦୁର୍ଘଟଣା କାରଣରୁ ବସ୍‌ର ସାମ୍ନା ପଟ ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ବସ ଧକ୍କା ଫଳରେ ଟ୍ରକ୍‌ଟି ରାସ୍ତାକଡ଼କୁ ଖସି ଯାଇଛି ।