Advertisment

ଟଙ୍କା ନିଅ, ଭୋଟ୍‌ ଦିଅ; ନ ହେଲେ ମାଡ଼ ଖାଅ

ଟଙ୍କା ନିଅ, ଭୋଟ୍‌ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Workers Allegedly Attacked People

BJD Workers Allegedly Attacked People

ଟଙ୍କା ନିଅ, ଭୋଟ୍‌ ଦିଅ। ନ ହେଲେ ମାଡ଼ ଖାଅ। ପୌର ନିର୍ବାଚନ ପୂର୍ବରୁ କେନ୍ଦୁଝରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଛି। ଆଟପୁର ବେହେରା ସାହିରେ ଲୋକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ କେନ୍ଦୁଝର ଟାଉନ ଥାନା ଘେରାଉ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଥାନା ଘେରାଉ କରାଯାଇଥିଲା। ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ସମର୍ଥକମାନେ ଟାଉନ୍ ଥାନା ଘେରାଉ କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ଅଭିଯୋଗକାରୀଙ୍କ କହିବା ଅନୁସାରେ, ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ଆମକୁ ୨,୦୦୦ ଟଙ୍କାର ଲୋଭ ଦେଖାଇଥିଲେ। ହେଲେ ଆମେ ଟଙ୍କା ନନେବାରୁ ସେମାନେ ଆମକୁ ମାର୍‌ପିଟ୍‌ କରିଥିଲେ। 

Advertisment

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଥିବା ଟାଉନ୍ ଥାନା ଆଇଆଇସି କହିଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ ୩ଟି ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି ।

BJD Municipal Elections Municipal Elections 2022
Advertisment
Advertisment