Advertisment

୨ ବର୍ଷ ପରେ ହଟିଲା କୋଭିଡ୍‌ ମହାମାରୀ ଆଇନ

ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେସ୍ ଲୋଡ୍, ଡେଲି ପଜିଟିଭିଟି ହାର କମିବାରୁ ଏନେଇ କେନ୍ଦ୍ରର ନିଷ୍ପତ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ।

author-image
Pallipuspa Samal
ଅଦ୍ୟତନ ହୋଇଛି
covid rule

covid rule

ସମଗ୍ର ବିଶ୍ୱରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ପରେ ଏହାକୁ ମହାମାରୀ ବର୍ଗରେ ସାମଲ କରି କେନ୍ଦ୍ର ସରକାର ମହାମାରୀ ଆଇନ୍ ଘୋଷଣା କରିଥିଲେ।  ଏବେ କୋଭିଡ୍‌ ସଂକ୍ରମଣ କରିବା ପରେ କେନ୍ଦ୍ର ସରକାର ଏହି ଆଇନ୍‌କୁ ହଟାଇ ଦେଇଛନ୍ତି।  ଦୀର୍ଘ ୨ ବର୍ଷ ପରେ ମହାମାରୀ ଆଇନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  । କେସ୍ ଲୋଡ୍, ଡେଲି ପଜିଟିଭିଟି ହାର କମିବାରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି ।

Advertisment

ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନି ଗୃହ ମନ୍ତ୍ରାଳୟ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି କରାୟାଇଛି । ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନି ଗୃହ ମନ୍ତ୍ରାଳୟ ।

ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି । ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଣୁଥିବା ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି । ଆଡଭାଇଜରି ମାନିବା, ମାସ୍କ ପିନ୍ଧିବା ପାଇଁ ଗୃହ ସଚିବ ପରାମର୍ଶ ଦେଇଛନ୍ତି ।

Advertisment
COVID-19
Advertisment
Advertisment