• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜଙ୍ଗଲ ପରିବେଶକୁ ନଷ୍ଟ କରୁଛନ୍ତି ମାଫିଆ

 ବନ ବିଭାଗର ମଧୁଚନ୍ଦ୍ରିକାରେ ବେଆଇନ ପଥର ଓ ଚୋରା କାଠ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ନୀଳଗିରିର କୁଳଡିହା ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଭୟାରଣ୍ୟ ଭିତରେ ଇଟା ଭାଟି କରି ଜଙ୍ଗଲ ପରିବେଶକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରୁଛନ୍ତି ମାଫିଆମାନେ ।

ଏମିତିକି ଇକୋ ସେନସିଟିଭିଟି ଜୋନରେ ଇଟା ଭାଟି ପୋଡା ଯାଉଥିବାରୁ ସେଥିରୁ ବାହାରୁଥିବା ନିଆଁ ଝୁଲ ଦ୍ୱାରା ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କାକୁ ବି ଫୁ କରି ଉଡାଇଦେଉଛନ୍ତି । ଜଙ୍ଗଲ ପରିବେଶ ନଷ୍ଟ ହେଉଥିବାରୁ ଏବେ ଜନବସତି ମୁହାଁ ହେଉଛନ୍ତି ବନ୍ୟ ଜୀବଜନ୍ତୁ ।

କେତେବେଳେ ହାତୀ ତ କେବେ ଭାଲୁ ଜଙ୍ଗଲରୁ ବାହାରି ରାସ୍ତାରେ ବୁଲୁଛନ୍ତି ଅଭୟାରଣ୍ୟ ଭିତରେ ରହୁଥିବା ଲୋକଙ୍କ ଆଖିର ନିଦ ହଜିଗଲାଣି । ହାତରେ ଠେଙ୍ଗା ଲାଇଟ ଧରି ରାତିରାତି ଉଜାଗର ହୋଇ ଜଗି ରହୁଛନ୍ତି ସେପଟେ ପଶୁ ପ୍ରେମୀଙ୍କ କହିବା କଥା ଜଙ୍ଗଲରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ସଚେତନତାର ଅଭାବ ଯୋଗୁଁ ଏମିତି ଅନେକ ପରିସ୍ଥିତି ସୃଷ୍ଟି ହେଉଛି । ଯେଉଁଥିପାଇଁ ଜୀବଜନ୍ତୁ ଜନବସତି ମୁହାଁ ହେଉଛନ୍ତି କିନ୍ତୁ ସବୁ ପରେ ବନବିଭାଗର ନିଷ୍ରିୟତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ ।