Advertisment

ଟାହିଟାପରା ସହି ନପାରି ସ୍ୱାମୀ-ସ୍ତ୍ରୀଙ୍କ ଆତମହତ୍ୟା, ପୋଲିସ କହିଲା ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ

ଟାହିଟାପରା ବା ପରିହାସ ସହି ନପାରି ଉଭୟ ଆତ୍ମହତ୍ୟା କରିଥିଲେ । ପ୍ରଥମେ ୧୩ ତାରିଖରେ ସ୍ୱାମୀ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଅସୁସ୍ଥ ଥିବା ପତ୍ନୀ ସୁମତୀ ପରିଡ଼ାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।

author-image
Satyendu Shekher Mishra
Bhadrak

Bhadrak

ଧାରଣାରୁ ଓହରିଲେ ପରାଜିତ ପ୍ରାର୍ଥିନୀଙ୍କ ପରିବାର ଲୋକ । ଅଭଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଓହରିଛନ୍ତି ସୁମତୀଙ୍କ ପରିବାର ଲୋକ । ଆମେ କହୁଛୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ସୁମତୀ ପରିଡ଼ା ଓ ତାଙ୍କ ସ୍ୱାମୀଙ୍କ କଥା । ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ସୁମତୀ ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେ । ହେଲେ ଦୁଭାଗ୍ୟବସତଃ ଏହି ନିର୍ବାଚନ ରଣାଙ୍ଗନରେ ସେ ପରାଜିତ ହୋଇଥିଲେ । ଆଉ ପରାଜିତ ହେବା ପରେ ସାହି ଲୋକ ଏବଂ ବିଜୟୀ ପ୍ରାର୍ଥୀ, ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଟାହିଟାପରା କରିଥିଲେ । ସେହି ଟାହିଟାପରା ବା ପରିହାସ ସହି ନପାରି ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ପ୍ରଥମେ ୧୩ ତାରିଖରେ ସ୍ୱାମୀ ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଅସୁସ୍ଥ ଥିବା ପତ୍ନୀ ସୁମତୀ ପରିଡ଼ାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । 

Advertisment

ତେବେ ସେମାନଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ତାଙ୍କ ପରିବାର ଲୋକ । ଏମିତିକି ଥାନା ସମ୍ମୁଖରେ ଗତକାଲିଠାରୁ ସୁମତୀଙ୍କ ମୃତଦେହ ରଖି ଧାରଣାରେ ବସିଥିଲେ । ହେଲେ ଆଜି ପୋଲିସ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି ଯେ, ଯେଉଁମାନେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହେବ । ଏହି ପ୍ରତିଶ୍ରୁତି ପାଇବା ପରେ ପରିବାର ଲୋକ ଧାରଣାରୁ ଉଠିଛନ୍ତି ।

ସୁମତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ନିର୍ବାଚନରେ ସୁମତୀ ପରାଜିତ ହେବା ପରେ ତାଙ୍କୁ ବିଜୟୀ ପ୍ରାର୍ଥୀ ଓ ତାଙ୍କର କିଛ ସମର୍ଥକ ଟାହିଟାପରା କରିଥିଲେ । ଏହାସହ ଅନେକ ଅପମାନ ମଧ୍ୟ ଦେଇଥିଲେ । ସମର୍ଥକଙ୍କୁ ବ୍ୟବହାର କରି ତାଙ୍କୁ ତାତ୍ସଲ୍ୟ କରିଥିଲେ । ଯାହାଫଳରେ ସେମାନେ ଆତ୍ମହତ୍ୟା କରିଛନ୍ତି ‍ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । 

Advertisment

ଚଳିତ ପଞ୍ଚାୟତ ନିର୍ବାଚନରେ ପଦ୍ମପୁରରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସୁମତୀ ପରିଡ଼ା ନିର୍ବାଚନ ଲଢୁଥିଲେ । ହେଲେ ସେ ପରାଜିତ ହୋଇଥିଲେ। କିନ୍ତୁ ଏହି ପଞ୍ଚାୟତରୁ ଜିତିଥିବା ସମିତି ସଭ୍ୟ ଓ ସରପଞ୍ଚ ବିଜୟ ଶୋଭାଯାତ୍ରା କରୁଥିଲେ । ବିଜୟୀ ପ୍ରାର୍ଥୀଙ୍କର ଶୋଭାଯାତ୍ରା ଚାଲୁଥିବା ସମୟରେ କେତେକ କର୍ମୀ ସୁମତୀଙ୍କ ସ୍ୱାମୀ ରମାକାନ୍ତଙ୍କୁ ପରିହାସ କରିବା ସହ ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ । ଏହି ଘଟଣାକୁ ନେଇ ରମାକାନ୍ତ ଘରେ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ନିର୍ବାଚନରେ ହାରିଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ, ସୁମତୀଙ୍କୁ କହିଥିଲେ।

ପରେ ଏହି ଘଟଣାକୁ ନେଇ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ଶୋଇବା ଘର ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ଏହି ଘଟଣାକୁ ଦେଖି ସୁମତୀ ମଧ୍ୟ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା ।

Advertisment
Advertisment