Advertisment

ସ୍ୱସ୍ତି ସିଂହ ଏକଲବ୍ୟ ପୁରସ୍କାର ବିଜେତା

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।

author-image
Chandan Shishu
ଅଦ୍ୟତନ ହୋଇଛି
Cyclist Swasti Singh

Cyclist Swasti Singh

ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସାଇକେଲ୍ ଚାଳିକା ସ୍ୱସ୍ତି ସିଂହ ୨୦୨୨ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୦ତମ ଏକଲବ୍ୟ ପୁରସ୍କାର ବିଜେତା
ଘୋଷଣା କରାଇଛି। ସ୍ୱସ୍ତି ସିଂହ ୨୦୨୦ ରୁ ୨୦୨୨ ମଧ୍ୟରେ ବହୁ ଜାତୀୟ ପ୍ରତିଯୋଗିତାରେ ପ୍ରଦେଶର ପ୍ରତିନିଧିତ୍ୱ କରି ୨ ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି। ଏଭଳି ‍‍ଦିଗରେ ସଫଳତା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। 

Advertisment

ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ୫ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ । ତାଙ୍କ ସହ ଦୁଇ ଉପବିଜେତା; ଆର୍ନ୍ତଜାତୀୟ ଫୁଟ୍‌ବଲ୍ ଖେଳାଳୀ ପ୍ୟାରୀ ଖାଖା ଓ ଆର୍ନ୍ତଜାତୀୟ ହକି ଖେଳାଳୀ ଶିଳାନନ୍ଦ ଲାକ୍ରା, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ। ଭାରତର ପ୍ରମୁଖ ଫେରୋ ଆଲଏଜ୍ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ "ଇଣ୍ଡିଆନ୍ ମେଟାଲସ୍‌
ପବ୍ଳିକ୍ ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ)' ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। 

ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ। କ୍ରୀଡା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ବହୁ ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରିଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ ଆତ୍ମପ୍ରତ୍ୟୟ ବୃଦ୍ଧିରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି । 

Advertisment

ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ "ଇମ୍ପାକ୍ଟ'ର ଟ୍ରଷ୍ଟି ତଥା ଅଧ୍ୟକ୍ଷ ଏକଲବ୍ୟ ପୁରସ୍କାର କମିଟି, ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନକରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ। କ୍ରୀଡା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ ।'

Baijayant 'Jay' Panda IMFA Ekalbya Puraskar Ekalbya Puraskar 2022
Advertisment
Advertisment