• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଥରେ କଟକ ରୁ ଜବତ ହୋଇଛି ନକଲି ମେଡିସିନ୍ । ନକଲି ଟେଲ୍‌ମା-୪୦ ଔଷଧ କଟକରୁ ଜବତ ହୋଇଛି । ଦୋଳମୁଣ୍ଡାଇ ମହତାବ ରୋଡ୍ ସ୍ଥିତ ଏକ ଟ୍ରାନ୍‌ସପୋର୍ଟ କମ୍ପାନୀରୁ ଜବତ ହୋଇଛି ଏହି ନକଲି ମେଡିସିନ୍ । ପୁରୀ ଘାଟ ଥାନା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଉଛି । ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍ ନକଲି ଔଷଧ ଜବତ ହୋଇଛି ।

ଏହାପୂର୍ବରୁ ନକଲି ମେଡିସିନ୍ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ରିମାଣ୍ଡରେ ନେଇ ସେମାନଙ୍କୁ ତଦନ୍ତ କରିଛି ପୋଲିସ୍ । ତାସହ ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରି ପୋଲିସ୍ ଖୋଲତାଡ଼ କରୁଛି । ତେବେ ଗତ ୧୦ ତାରିଖରେ ମଧ୍ୟ ନକଲି ଔଷଧ ଜବତ କରାଯାଇଥିଲା । ନକଲି ଔଷଧ ନେଇ ଥାନାରେ ଏତଲା ବି ହୋଇଥିଲା । ପୁରୀଘାଟ ଥାନାରେ ଏତଲା ଦେଇଥିଲେ ଡ୍ରଗ୍ ଇନ୍ସପେକ୍ଟର ।

ଯାଉଁଳିଆପଟି ଅଞ୍ଚଳର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦିଆଯାଇଥିଲା । ସେମାନେ ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରାଯାଇଛି । ଜଣେ ଗ୍ରାହକ ଅଭିଯୋଗ କଲା ପରେ ରେଡ୍ ହୋଇଥିଲା । କଟକ, ଭୁବନେଶ୍ୱର, ରାଉରକେଲାରେ ରେଡ୍ ହୋଇଥିଲା।