Advertisment

ଆରପାରିରେ ବିଜେପି ନେତା ବିଷ୍ଣୁ ସେଠୀ

ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bishnu Sethi Death

BJP Leader Bishnu Sethi Passes Away

ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ସମୟରେ ତାଙ୍କର ଦେହାନ୍ତ ହୋଇଛି। 

Advertisment

ବିଷ୍ଣୁ ସେଠୀଙ୍କ ପରଲୋକ ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେଲା ସେ ICUରେ ଥିଲେ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ସେହିପରି ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସମେତ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

Advertisment

ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ବିଷ୍ଣୁ ସେଠୀ ପିଲା ବେଳୁ ମା’ଙ୍କୁ ହରାଇଥିଲେ। ବାପା ଗୟାଧର ସେଠୀ ତାଙ୍କୁ ମଣିଷ କରିଥିଲେ। ଖାଲି ରାଜନୈତିକ କ୍ଷେତ୍ରରେ ନୁହେଁ ବରଂ ସାମ୍ବାଦିକତା ଓ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ସୁନାମ। 

ଫୁସଫୁସ୍ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ ICUରେ ଥିଲେ ବିଷ୍ଣୁ ସେଠୀ। ୨ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ଚାନ୍ଦବାଲିରୁ ସେ ପ୍ରଥମେ ନିର୍ବାଚିତ ହୋଇଥିଲେ ।

Bishnu Sethi BJP Leader Bishnu Sethi
Advertisment
Advertisment