Advertisment

ଗୁଜରାଟ ସୁରତରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ

ବୀଜ ଗଣିତ ପ୍ରତିଯୋଗିତାରେ ୩ଜଣ ହେଲେ ପ୍ରଥମ। ଜାତୀୟ ସ୍ତର ପ୍ରତିଯୋଗିତାରେ ନେବେ ଭାଗ

author-image
Chandan Shishu
Odia girl got 1st position

Odia girl got 1st position

ଗୁଜରାଟରେ ଚମକିଲେ ଓଡିଆ ଛାତ୍ରଛାତ୍ରୀ। ବୀଜ ଗଣିତ କୁଇଜ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ହେବା ସହ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାକ ଯୋଗ୍ୟତା ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ସାମିଲ ହେବେ। ସୁରତର ବିଦ୍ୟା ଭାରତୀ ଦ୍ୱାରା ସଂଚାଳିତ ସରସ୍ୱତୀ ଶିଶୁ ମନ୍ଦିରର ତିନି ଜଣ ଛାତ୍ରଛାତ୍ରୀ ଏମାନେ ଭିନ୍ନ ଭିନ୍ନ ବୟସ ବର୍ଗରେ ବୀଜ ଗଣିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି।

Advertisment

ପ୍ରଥମେ ସୁରତ ସ୍ତର ପରେ ଅହମଦାବାଦରେ ଅନୁଷ୍ଠିତ ପ୍ରତିଯୋଗିତାରେ ଏହି ତିନି ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ମୁଖ୍ୟତଃ ଗଣିତ ବିଷୟକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଭୟ ଥିବା ବେଳେ ଏହି ବିଷୟରେ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ ଏକ ନୂଆ ଉଦାହରଣ ସୃଷ୍ଟି କରିଛି।

ଏନେଇ ପ୍ରଥମ ହୋଇଥିବା ଛାତ୍ରୀ  ରାଜଲକ୍ଷ୍ମୀ ପ୍ରଧାନ କହିଛନ୍ତି ଯେ, ମୁଁ ପ୍ରଥମ ସ୍ଥାନ ଅଧିକାର କରି ମୋତେ ବହୁତ ଖୁସି ଲାଗୁଛି। ଆମେ ବହୁତ ପରିଶ୍ରମ କରିଛୁ। ଆମ ଗୁରୁମା ଆମକୁ ଏନେଇ ଶିକ୍ଷା ଦେଉଥିଲେ।  ତାଙ୍କର ଏହି ପରିଶ୍ରମ ଯୋଗୁ ଆମେ ପ୍ରଥମ ହୋଇପାରିଛୁ। ଆଗକୁ ଭୋପାଳ ଯାଇ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା ରଖିଛୁ। 

Advertisment

Advertisment
Advertisment