Advertisment

ହକି ଇଣ୍ଡିଆର ନୂଆ ମୁଖିଆ ହେବେ ଦିଲ୍ଲୀପ ତିର୍କୀ !

ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି।

author-image
Chandan Shishu
Hockey India

Hockey India

ଭାରତର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ଦିଲୀପ ତିର୍କୀ ହୋଇପାରନ୍ତି ହକି ଇଣ୍ଡିଆର ନୂଆ ମୁଖିଆ। ଆଜି ସେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।  କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି ନାମାଙ୍କନପତ୍ର ଦାଖଲ କରିବା ପରେ ର୍ତିକି କହିଛନ୍ତି। ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି। ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ" ବୋଲି ର୍ତିକି ଟୁଇଟ କରିଛନ୍ତି।

Advertisment

ପୂର୍ବତନ ଫୁଲ୍ ବ୍ୟାକ୍ ୪୪ ବର୍ଷିୟ ର୍ତିକୀ ବର୍ତ୍ତମାନ ଓଡିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।   

Hockey India Dilip Tirkey
Advertisment
Advertisment