Advertisment

ମୋତେ ଛାଡ଼ିଦିଅ... ମୁଁ ଯିବିନି: ପ୍ରେମିକ ଘରୁ ପ୍ରେମିକାକୁ ବଳପୂର୍ବକ ଉଠାଇନେଲେ !

ପ୍ରେମିକର ଜାତି ଅଲଗା ହୋଇଥିବାରୁ ସହଜରେ ଗ୍ରହଣ କରିପାରିନାହାନ୍ତି ଝିଅ ପରିବାର ଲୋକେ।

author-image
Chandan Shishu
ଅଦ୍ୟତନ ହୋଇଛି
girl forcefully brought back

girl forcefully brought back

ପ୍ରେମୀ ଯୁଗଳଙ୍କୁ ସର୍ବସମ୍ମୁଖରେ ବଳପୂର୍ବକ ଅଲଗା କରିଦିଆଗଲା, ଯେତେ କାକୁତିମିନତି ହେଲେବି କେହି ଶୁଣିଲେନି। ପ୍ରେମକୁ ଭରସା କରି ପ୍ରେମିକ ଘରକୁ ଆସିଥିଲେ ହେଲେ ଝିଅକୁ ଜୋର ଜବରଦସ୍ତ ଉଠାଇ ନେଲେ ଝିଅ ଘର ଲୋକେ। ପ୍ରେମ କରି ପ୍ରେମିକ ସହିତ ବିବାହ କରିବାକୁ ଘରୁ ପଳାଇ ଆସିଥିବା ଝିଅକୁ ଫିଲ୍ମ ଷ୍ଟାଇଲରେ ଉଠାଇ ନେଲେ ଝିଅ ଘର ଲୋକେ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାପିପିଲି ବାଲିପୋଖରୀ ଅଂଚଳର ବୋଲି ଚର୍ଚ୍ଚା ହେଉଛି। ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାରେ ଲାଗିଛି। 

Advertisment

ଝିଅର ପରିବାର ଉଚ୍ଚ ଜାତିର ହୋଇଥିବାରୁ ସହଜରେ ଗ୍ରହଣ କରିପାରିନାହାନ୍ତି ଝିଅ ପରିବାର ଲୋକେ। ଝିଅଟି ପୁଅ ଘରକୁ ସ୍ୱଇଛାରେ ଆସିଥିଲା। ଖବର ପାଇ ଝିଅ ଘର ଲୋକେ ଜୋର ଜବରଦସ୍ତ ଫିଲ୍ମ ଷ୍ଟାଇଲରେ ପୁଅ ଘର ଭିତରେ ପଶିଥିଲେ, ଆଉ ଝିଅକୁ ଉଠାଇ ଆଣିଥିଲେ।

ତେବେ ଆଣିବା ସମୟରେ ଝିଅଟି କାନ୍ଦୁଥିଲା, ଆଉ ଚିତ୍କାର କରି କହୁଥିଲା ମୋତେ ନିଅନି, ପ୍ଲିଜ୍‌... ମୁଁ ଏଠୁ ଯିବିନି। ତେବେ ଝିଅର କଥାକୁ କେହି ଶୁଣିନଥିଲେ ବରଂ ଗୋଟିଏ ନାଲି କାର୍‌ରେ ଜୋର୍‌ ଜବରଦସ୍ତ ଟାଣି ଆଣି ନେଇଯାଇଥିଲେ। ଏହି ଘଟଣା ବେଶ ଭାଇରାଲ ହେବାରେ ଲାଗିଛି। ଏ ବାବଦରେ ଥାନାରେ କୌଣସି ମାମଲା ହୋଇନାହିଁ ବୋଲି ବଳଙ୍ଗା ଥାନରୁ ସୂଚନା ମିଳିଛି।

Advertisment

(ରିପୋର୍ଟ: ଦ୍ଵିତିକୃଷ୍ଣ ପଟ୍ଟନାୟକ, ପିପିଲି)

Girl Forcefully Brought Back Lover House
Advertisment
Advertisment