/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663502039.jpg)
Bijay Mohapatra
ଆମିକସକ୍ୟୁରିଙ୍କ ଗସ୍ତ ପରେ ପୁଣି ଜୋର୍ ଧରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ସାମ୍ବାଦିକ ସମ୍ମିଳନୀ କରି ଦାବି ଉଠାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ନିକଟରେ ଆମିକସକ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ । ସେ ମଧ୍ୟ ଅନୁଭବ କରିଛନ୍ତି ଯେ, ସୁରକ୍ଷା ଓ ମରାମତି ଦିଗରେ ଅବହେଳା ହୋଇଛି ।
ପୂର୍ବରୁ ୧୯୭୮, ୧୯୮୨ ଓ ୧୯୮୫ ମସିହାରେ ୩ ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ପ୍ରଭୁଙ୍କ ୧୨ ହଜାର ୮ଶହ ୩୮ ଭରି ସୁନା ଥିବା ମଧ୍ୟ ଆକଳନ କରାଯାଇଥିଲା । ଯଦି ସେ ସମୟରେ ରତ୍ନଭଣ୍ଡାର ଖୋଲାଯାଇପାରିଲା, ତେବେ ଏବେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍ଆର ରହିଛି। ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ କାମ ଖୁବ୍ କମ୍। ତେଣୁ ଏଏସଆଇ ଠିକ୍ ଭାବେ କାମ କରିନାହିଁ ବୋଲି ସ୍ପଷ୍ଟ ହୋଇଛି।
ସେପଟେ ବିଜେଡି କହିଛି, ସରକାର ତତ୍ପର ଅଛନ୍ତି । ମନ୍ଦିର ପ୍ରଶାସନ, ରତ୍ନଭଣ୍ଡାର ସହ ସଂସ୍କାର ବାବଦରେ ସରକାର କହିସାରିଛନ୍ତି । ଏଣୁ ବିଜୟଙ୍କ ବୟାନର କୌଣସି ଯଥାର୍ଥତା ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାପାତ୍ର କହିଛନ୍ତି । ତେବେ କଂଗ୍ରେସର ପୂର୍ବତନ ପିସିସି ସଭାପତି କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ଗୁମର ଖୋଲିଯିବ । ମାତ୍ର ଜଗନ୍ନାଥ ପ୍ରେମୀ ଚାହୁଁଛନ୍ତି ରତ୍ନଭଣ୍ଡାର ଖୋଲୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)