• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ବନ୍ଦ ଘର ଭିତରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳର ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ ।

ସିଦ୍ଧାର୍ଥ ଖୋର୍ଦ୍ଧା ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢୁଥିବାର ଜଣାପଡ଼ିଛି । ୨୦ ଦିନ ହେବ ସେ ଘରଭଡା ନେଇ ରହୁଥିଲେ । ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏନେଇ ପୋଲିସ କିମ୍ବା ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି ।

ସୂଚନା ଅନୁଯାୟୀ, ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ବଢ଼ି ଚାଲିଛି। ହେଲେ ଏହାକୁ ରୋକିବାକୁ ସରକାରୀ ପ୍ରୟାସ ସଫଳ ହୋଇପାରୁନି । ପାଠପଢ଼ିବାକୁ ଆସି ଛାତ୍ରଛାତ୍ରୀମାନେ କୌଣସି ନା କୌଣସି ମାନସିକ ଚାପର ବଶବର୍ତ୍ତି ହୋଇ ଆତ୍ମହତ୍ୟା କରୁଛନ୍ତି ।