Advertisment

SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟରରେ ମଦ ପିଇଲେ କର୍ମଚାରୀ, ଭିଡିଓ ଭାଇରାଲ୍‌

SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SCB Medical Cuttack

Cuttack SCB Medical Staff Drinking Alcohol In Ticket Counter Video Goes Viral

କଟକ SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟର ଭିତରେ ମଦ ପିଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସହ SCB କ୍ୟାମ୍ପସକୁ ମେଡିକାଲ୍‌ କର୍ତ୍ତୃପକ୍ଷ ତାଙ୍କୁ ମନା କରିଛନ୍ତି। ଘଟଣାରେ ‌ଆଉ କେହି ସମ୍ପୃକ୍ତି ନେଇ ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Advertisment

ସୂଚନାଥାଉ କି, SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ୍‌ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Advertisment

କର୍ମଚାରୀ ଜଣକ SCB ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ମଦ ପିଉଥିଲେ। ଭିଡିଓରେ ଟିକେଟ୍ କାଉଣ୍ଟର ଭିତରେ ପଶି ଜଣେ କର୍ମଚାରୀ ମଦ ପିଉଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ବହୁବାର ମେଡିକାଲ କାଜୁଆଲିଟିରେ କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଆଉ ଏବେ ଟିକେଟ୍‌ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଉଥିବା ଭିଡିଓ ଭାଇରାଲ୍‌ ହୋଇଛି। 

SCB Medical Viral Video Cuttack Scb Medical
Advertisment
Advertisment