ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ ମୁହଁତୋଡ ଜବାବ ଦେଉଥିଲେ। ପ୍ରତିଟି ପ୍ରଶ୍ନର ଉତ୍ତର ଥାଏ ତାଙ୍କ ଜିଭ ଅଗରେ। ସେ ପୁଣି ସିଧାସିଧା। ଆଜି ତାଙ୍କ ଆବର୍ତ୍ତମାନରେ ମନେପଡେ ସେଇ ପ୍ରଶ୍ନ ଆଉ ଉତ୍ତର।
ବିଜେପି ନେତା ଗଣାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍ ତାଙ୍କ ବାସଭବନରେ ପହଞ୍ଚି ସୋମବାର ଦିନ ମୃତଦେହ ଉଦ୍ଧାର କରିଥିଲା।
ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମରଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ଭିତରୁ ତାଙ୍କର ମୃତଦେହ ମିଳିଛି। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।