Advertisment

ବାୟୁସେନାର ଚିତାକର୍ଷକ ସୋ: ଅସମ୍ଭବ ଭିଡ଼ରେ ଉଛୁଳିଲା ପୁରୀର ବ୍ଲୁ ଫ୍ଲାଗ୍ ବିଚ୍

ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର।

author-image
Chandan Shishu
Suryakiran Show

Suryakiran Show

ବେଳାଭୂମିର ବିସ୍ତୀର୍ଣ୍ଣ ବାଲି ଉପରେ ଲୋକଙ୍କ କୋଳାହଳ ଆଉ ଆକାଶ ମାର୍ଗରେ ବାୟୁସେନା ବିମାନର ଆକର୍ଷଣୀୟ ସୋ ସାଙ୍ଗକୁ ସୁ ସୁ ଗର୍ଜନର ଶବ୍ଦ ରାଜଧାନୀ ଭୁବନେଶ୍ୱର ପରେ ଆଜି ସକାଳେ ପୁରୀ ଆକାଶରେ ସୌର୍ଯ୍ୟ ଓ ପରକାଷ୍ଠା ପ୍ରଦର୍ଶନ କରିଛନ୍ତି ଭାରତୀୟ ବାୟୁସେନାର ବାୟୁବୀର। ୯ଟି ଲଢୁଆ ହକ୍ ବିମାନ ଜରିଆରେ ନୀଳ ଆକାଶରେ ଦେଖାଛନ୍ତି ଜଲଓ୍ୱା।

Advertisment

ତେବେ ସକାଳୁ ଟିପି ଟିପି ବର୍ଷା ଓ ପରେ ମେଘାଛନ୍ନ ଆକାଶ ପାଇଁ ପୁରୀରେ ଆଜି ନିର୍ଦ୍ଧାରିତ ସମୟର ୧୫ ମିିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ବାୟୁସେନାରେ ସୂର୍ଯ୍ୟକିରଣ ଏରୋବାଟିକ୍ ସୋ ଦିନ ୧୦ଟା ୩୪ରେ ସୋ ଆରମ୍ଭ ବେଳକୁ ଲୋକାରଣ୍ୟ ହୋଇସାରିଥିଲା ପୁରୀର ବ୍ଲୁ ଫ୍ଲାଗ୍ ବିଚ୍। ପୁରୀରେ ବାୟୁସେନାର ଏ ପ୍ରଥମ ଦୁଃସାହାସିକ ରଣକୌଶଳକୁ ମନଭରି ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ।

ପୁରୀରେ ଆଜି ବାୟୁସେନା ପକ୍ଷରୁ ଟର୍ଣ୍ଣସ, ଓ୍ୱିଙ୍ଗ୍ ଓଭର୍ସ ଏବଂ ବ୍ୟାରେଲ ରୋଲ୍ସ ଭଳି ଫର୍ମେସନ ତିଆରି କରିଥିଲେ ବାୟୁବୀର। ତେବେ ମେଘାଛନ୍ନ ଆକାଶରେ ଘନ ବାଦଲ ଥିବା ଏବଂ ଦୃଶ୍ୟମାନ କମ୍ ହେବାରୁ ହାର୍ଟ ଲୁପ୍ ଭଳି ଆଉ କିଛି କୌଶଳ ଦେଖାଇ ପାରିନଥିଲେ ପାଇଲଟ୍। ତେବେ ଏଠାରେ ଭୂମି ଅପେକ୍ଷା ବିମାନଗୁଡ଼ିକ ସମୁଦ୍ର ଜଳ ରାଶି ଉପରେ ଉପେକ୍ଷାକୃକ କମ୍ ଉଚ୍ଚତାରେ ଉଡୁଥିଲେ।

Advertisment

ଫଳରେ ଦର୍ଶକଙ୍କୁୁ ଏହା ଦର୍ଶକଙ୍କୁ ନିଆରା ଅନୁଭୂତି ଦେଇଥିଲା। ସେପଟେ ଭୂମି ବଦଳରେ ସମୁଦ୍ର ବକ୍ଷରେ ବିମାନ ଉଡ଼ାଇବା ମଧ୍ୟ ବାୟୁବୀରଙ୍କ ଲାଗି ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ବରିଷ୍ଠ ବାୟୁସେନା ଅଧିକାରୀ। ପୁରୀ ଏୟାର ସୋରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି କାର୍ଯ୍ୟକ୍ରମରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

(ରିପୋର୍ଟ: କପିଳ ପ୍ରଧାନ ଓ ମଧୂସୁଦନ ମିଶ୍ର, ପୁରୀ)

SuryaKiran Show Suryakiran Aerobatic Team IAF Airshow In Puri
Advertisment
Advertisment