ଓଡିଆ ସିନେ ଜଗତର ମହାନାୟକ ତଥା ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କର ଦିଲ୍ଲୀରେ ଚିକିତ୍ସା ଚାଲିଛି । ସାରା ଓଡ଼ିଶାର ସିନେପ୍ରେମୀ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ଅଭିନେତା ଉତ୍ତମ ମହାନ୍ତି, ଏ ନାଁ ଯେମିତି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ମାଇଲ ଖୁଣ୍ଟ । ଆଉ ତାଙ୍କ ଅବଦାନ ଅତୁଳନୀୟ । ଭେଟେରାନ ଉତ୍ତମ ମହାନ୍ତି ଅସୁସ୍ଥ ହେବାପରେ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତମ ମହାନ୍ତିଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବାପରେ ସାରା ଓଡିଶାରେ ଉତ୍ତମ ମହାନ୍ତିଙ୍କୁ ଭଲ ପାଉଥିବା ଉତ୍ତମ ପ୍ରେମୀ ମାନେ ଏବେ ବିଚଳିତ ହୋଇପଡ଼ିଥିଲେ । ଏହି ପରିପ୍ରେକ୍ଷୀରେ ସାରା ଓଡିଶାରେ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି।
ଅଧିକ ପଢନ୍ତୁ: ଓଡ଼ିଆ ରାପର୍ ଅଭିନବ ସିଂହ ମୃତ୍ୟୁ: ବାପା ଆଣିଲେ ସାଂଘାତିକ ଅଭିଯୋଗ
Also Read
ନିଜ ଜନ୍ମମାଟିରେ ଉତ୍ତମ ମହାନ୍ତି କୁନିଆ ଭାଇ ଭାବରେ ପରିଚିତ । ନିଜ କୁନିଆ ଭାଇଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଛି । ମଙ୍ଗଳବାର ଉତ୍ତମ ମହାନ୍ତିଙ୍କ ଜନ୍ମମାଟି ବାରିପଦା ମା’ଅମ୍ବିକାଙ୍କ ମନ୍ଦିରରେ ଅଭିରାମ ଅଭିନୟ ଅନୁଷ୍ଠାନ ଓ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ଆନୁକୂଲ୍ୟରେ ସନ୍ଧ୍ୟାରେ ୧୦୮ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ମନ୍ଦିର ପରିସରରେ ଉତ୍ତମ ପ୍ରେମୀମାନେ ଏକତ୍ରିତ ହୋଇ ଉତ୍ତମଙ୍କ ପାଇଁ ମା’ଅମ୍ବିକାଙ୍କ ଆଶୀର୍ବାଦ କାମନା କରି ପ୍ରାର୍ଥନା କରିଥିଲେ ।
ଏହି ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅଭିରାମ ଅଭିନୟ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସିନେ ଜଗତର ବିଶିଷ୍ଟ ସଂଳାପ, ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଚିନ୍ମୟ ଦାସପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିରାମ ଅଭିନୟ ଅନୁଷ୍ଠାନ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସୂଚନାଯୋଗ୍ୟ ଉତ୍ତମ ମହାନ୍ତି ବାରିପଦା ଆସିଲେ, ପହଞ୍ଚିବାପରେ ଏବଂ ପ୍ରସ୍ତାନ କରିବା ସମୟରେ ମା’ଅମ୍ବିକାଙ୍କୁ ଦର୍ଶନ କରିଥା'ନ୍ତି । ଉତ୍ତମଙ୍କ ମାଆ ମଧ୍ୟ ମାଆ ଆମ୍ବିକାଙ୍କ ଭକ୍ତ ଥିଲେ । ସେ ପ୍ରତି ମଙ୍ଗଳବାରରେ ମାଆ ଅମ୍ବିକାଙ୍କୁ ପୂଜା କରନ୍ତି ।
ଏହି ଅବସରରେ ଉତ୍ତମ ପ୍ରେମୀ ମାନଙ୍କ ପକ୍ଷରୁ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରି ସମସ୍ତେ ଘରେ ଦୀପଟିଏ ଜାଳିବା ପାଇଁ ନିବେଦନ କରାଯାଇଥିଲା । ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । ଅଭିନେତ୍ରୀ ଅପରାଜିତା ଓ ଉତ୍ତମଙ୍କ ଯୋଡିକୁ ଦେଖିବାକୁ ସିନେ ପ୍ରେମୀ ବେଶ୍ ପସନ୍ଦ କରନ୍ତି । ସେ ଅପରାଜିତାଙ୍କ ହାତ ଧରିବା ପରେ ଏହି ଯୋଡି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆହୁରି ଅନେକ ସୁପରହିଟ ଫିଲ୍ମ ଭେଟିଦେଇଛନ୍ତି । ଯାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି ।
୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ୧୩୫ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ ସିନେମା ସହ ୩୦ରୁ ଅଧିକ ବେଙ୍ଗଲୀ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଉତ୍ତମ ।
ଅଧିକ ପଢନ୍ତୁ: ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା
- Reported by:
- MANIK Lal PANI