Advertisment

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଦଶହରା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇଲେ ରାଜ୍ୟ ସରକାର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
DA Hike 2022

Odisha govt raises DA by 3%

ଦଶହରା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ସରକାର ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଏହା ଜାନୁଆରୀ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଛି।

Advertisment

ସଂଶୋଧିତ ହାରରେ ପେନ୍‌ସନ୍‌ ପାଉଥିବା ପେନ୍‌ସନ୍‌ଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ୩% ବୃଦ୍ଧି  କରାଯାଇଛି। କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ମସିହା ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପାଇବେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩ ଲକ୍ଷ ୫୦ ହଜାର ପେନ୍‌ସନ୍‌ଭୋଗୀ ଉପକୃତ ହେବେ।   

DA Hike DA Hike News Odisha State Govt Employees
Advertisment
Advertisment