Advertisment

ଗୋପାଳ ପରେ ସରୋଜ୍‌ ଟେନସନ୍‌ : ନେତାଙ୍କୁ ହତ୍ୟା ପାଇଁ ଖୋଲା ଧମକ

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଏବେ ବେଶି ଚର୍ଚ୍ଚାରେ । ୨୦୧୬ ମସିହାରେ ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ମର୍ଡର କେସ୍‌ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ୨ ବର୍ଷ ଜେଲ୍‌ରେ ରହି ଜାମିନରେ ଏବେ ମୁକୁଳିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
Constable Saroj Das, who Held Grudge Against Anup Sai Shunted

Political Murder Issue

ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ପୂରା ପୋଲିସ ବିଭାଗ ବଦନାମ ହୋଇଥିବା ବେଳେ ପୁଣି କନେଷ୍ଟବଳ ସରୋଜ ଦାସଙ୍କୁ ନେଇ ହରଣଘଟଣାରେ ପୋଲିସ ବିଭାଗ। ସେ ସିଧାସିଧା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା କରିବେ ବୋଲି କହିବାରୁ ଏବେ ଟେନ୍‌ସନ୍‌ରେ ଜିଲ୍ଲା ପୋଲିସ୍‌।

Advertisment

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଏବେ ବେଶି ଚର୍ଚ୍ଚାରେ । ୨୦୧୬ ମସିହାରେ ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ମର୍ଡର କେସ୍‌ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ୨ ବର୍ଷ ଜେଲ୍‌ରେ ରହି ଜାମିନରେ ଏବେ ମୁକୁଳିଛନ୍ତି। ତେବେ କନେଷ୍ଟବଳ ସରୋଜ ଦାସ କଳ୍ପନାଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ଭଉଣୀର ହତ୍ୟାର ପ୍ରତିଶୋଧ ନେବାକୁ ସେ ଅନୁପ ସାଏଙ୍କୁ ହତ୍ୟା କରିବାକୁ କହୁଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ | ନବଙ୍କ ମୃତ୍ୟୁ ପୂର୍ବରୁ ପ୍ରଶାସନିକ ଅଫିସ୍‌ରେ ହୋଇଥିଲା କି ପ୍ଲାନ୍‌?

Advertisment

ରବିବାର ସନ୍ଧ୍ୟାରେ ଥାନାରେ କାର୍ଯ୍ୟରତ ଥିବାବେଳେ ସରୋଜ ଦାସ ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏପରିକି ଅନୁପ ସାଏଙ୍କୁ ମାରିଦେବେ ବୋଲି ସେ ନିଜ ସାଥୀ କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ପ୍ରକୃତରେ ସରୋଜ ଦାସ କଣ କହିଥିଲେ, କଣ ଧମକ ଦେଇଥିଲେ, ସେ ସଂପର୍କରେ ମୁହଁ ଖୋଲିନି ଝାରସୁଗୁଡା ପୋଲିସ୍‌ ।

ମୁହଁ ଖୋଲିନଥିଲେ ବି ଗୋପାଳ ଦାସ ଘଟଣାରେ ବଦନାମି ହୋଇଥିବା ଜିଲ୍ଲା ପୋଲିସ ସରୋଜଙ୍କୁ ବଦଳି କରିଛି। ସରୋଜଙ୍କ ପାଖରେ ବର୍ତ୍ତମାନ ସମୟରେ ବନ୍ଧୁକ ନ ଥିଲେ ବି ସେ ବନ୍ଧୁକ ଚଳାଇବାରେ ବେଶ୍‌ ସିଦ୍ଧହସ୍ତ ବୋଲି ଜଣାଯାଇଛି । ଯାହା ପୋଲିସର ମୁଣ୍ଡ ବିନ୍ଧାକୁ ଦ୍ୱିଗୁଣିତ କରିଛି।

ସେପଟେ ସରୋଜ ଦାସ କାହିଁକି ହଠାତ୍‌ ବଦଳି ହେଲେ ସେନେଇ କିନ୍ତୁ କିଛି ଅନ୍ୟକଥା କହୁଛନ୍ତି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ । କହିଛନ୍ତି, ସରୋଜଙ୍କ ଆଚରଣ ଠିକ ନଥିଲା । ସେ ଡ୍ୟୁଟି ସମୟରେ ମଦ ପିଇ ହଙ୍ଗାମା କରିଥିଲେ । ଏହି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ବଦଳି କରାଯାଇଛି। ତେଣୁ ପୂରା ଘଟଣାରେ ବିଭାଗୀୟ ତଦନ୍ତ ଚାଲିଯିବା କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଳ୍ପନାଙ୍କ ମୃତଦେହ ଜବତ ହେବା ପରେ ପୋଲିସ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା। କିନ୍ତୁ କିଛି ଲାଭ ମିଳନଥିଲା। ଶେଷରେ କନେଷ୍ଟବଳ ସରୋଜ ହିଁ ତାଙ୍କୁ ଚିହ୍ନଟ କରିଥିଲେ। ତେଣୁ ହତ୍ୟାର ପ୍ରତିଶୋଧ ନେଇପାରେ ବୋଲି ଚର୍ଚ୍ଚା ହେବାରୁ ଏହାକୁ ନେଇ ଏବେ ଚିନ୍ତାରେ ଝାରସୁଗୁଡା ପୋଲିସ୍‌।

Naba Das Anup Sai
Advertisment
Advertisment