Advertisment

ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

utkalmani gopabandhu das

ଉତ୍କଳର ସୁଯୋଗ୍ୟ ସନ୍ତାନଙ୍କୁ ଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି । ଆବିର୍ଭାବର ୧୪୫ ବର୍ଷ ପରେ ଜନ୍ମମାଟିରେ ପୁର୍ନଜୀବିତ ହେଲା ଉତ୍କଳମଣିଙ୍କ ସ୍ମୃତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଐତିହାସିକ ସୁଆଣ୍ଡୋ ଗାଁରେ ଲୋକାର୍ପିତ ହୋଇଛି ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ରୂପାନ୍ତରିତ ପ୍ରକଳ୍ପ। ଯେଉଁଠି ଉତ୍କଳମଣିଙ୍କର ୧୫ ଫୁଟ ଉଚ୍ଚର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ପରିବର୍ତ୍ତିତ ବାସଗୃହ, ସଂଗ୍ରହାଳୟ, ଶିଶୁ ପାର୍କ, ସୂଚନା କେନ୍ଦ୍ର ସ୍ଥାନ ପାଇଛି ।

Advertisment

ସେହିଭଳି ଗୋପବନ୍ଧୁଙ୍କ ଷଠିଘର, ଦୁଇଟି ସୁଦୃଶ୍ୟ ଶିବ ମନ୍ଦିର ଏବଂ ସୁନ୍ଦର ପରିକ୍ରମା ରାସ୍ତାର ମଧ୍ୟ ଲୋକାର୍ପଣ କରାଯାଇଛି । ପ୍ରାୟ ୫ ଏକ ପରିମିତ ସ୍ଥାନରେ ଗୋପବନ୍ଧୁଙ୍କ ସ୍ମୃତି ରୋମନ୍ଥନ କଲାଭଳି ଅନେକ କାରୁକାର୍ଯ୍ୟ ସ୍ଥାନ ପାଇଛି । ସଂଗ୍ରହାଳୟ ଭିତରେ ଗୋପବନ୍ଧୁଙ୍କ ଏଭଳି କିଛି ଫଟୋଚିତ୍ର ଓ ପ୍ରତିମୂର୍ତ୍ତି ସ୍ଥାନ ପାଇଛି ଯାହା ସାଧାରଣ ଦର୍ଶକଙ୍କୁ ଆକୃଷ୍ଟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ଉଦଘାଟନ କରି ଏହି ମହାମନିଷୀଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍ ପଡ଼ିବ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଗୋପବନ୍ଧୁ ଦାସ କାହିଁକି ହେଲେ ଉତ୍କଳମଣି

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ।

Advertisment

ଅଭିଯୋଗ ହେଉଛି, ଲୀଳାବତୀଙ୍କ ସମ୍ପର୍କୀୟ ତାଙ୍କ ପରିଚୟ ଦେବା ସତ୍ତ୍ୱେ ଉତ୍ସବ ସ୍ଥଳକୁ ତାଙ୍କୁ ଛାଡ଼ିନଥିଲା ପୋଲିସ । ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ବି ହେଉଛି । ଭିଡିଓରେ ଦୃଶ୍ୟ ଠିକ୍ ଭାବେ ଉତ୍ତୋଳିତ ହୋଇନଥିଲେ ମଧ୍ୟ, ତାଙ୍କୁ ପୋଲିସ ଛାଡୁନଥିବା ଅଡିଓ କିନ୍ତୁ ସ୍ପଷ୍ଟ ଶୁଣିବାକୁ ମିଳୁଛି । ଯାହାକୁ ନେଇ ଲୀଳାବତୀ ଓ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସେପଟେ ସୁଆଣ୍ଡୋ ରୂପାନ୍ତରୀତ ପ୍ରକଳ୍ପ ଉଦଘାଟନ ପରେ ପରେ ସ୍ଥାନୀୟ ଅଞ୍ଚଳର ଅନେକ ଜନସାଧାରଣଙ୍କ ଏ ସ୍ଥାନକୁ ସୁଅ ଛୁଟିଥିଲା । ହେଲେ ଗୋପବନ୍ଧୁଙ୍କ ସ୍ମୃତିକୁ ଆଖି ପୁରାଇ ଦେଖିବା ତ ଦୂରର କଥା, ଷଠୀ ଘରକୁ ତାଲା ପକାଇ ଦେଇଥିଲେ କର୍ତ୍ତୃପକ୍ଷ। ଫଳରେ ଲୋକେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ଗୋପବନ୍ଧୁଙ୍କ ନାତୁଣୀ ବୋହୂ ଆଣିଥିବା ଅଭିଯୋଗ ସଂପର୍କରେ ପୋଲିସ୍, ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

CM Naveen Patnaik Gopabandhu Das Utkalmani Gopabandhu Das
Advertisment
Advertisment