• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପତ୍ନୀଙ୍କ ମନସ୍କାମନା ପୂରଣ କଲେ ସ୍ୱାମୀ । ସ୍ତ୍ରୀଙ୍କ ପାଇଁ ନିର୍ମାଣ କଲେ ୭ କୋଟି ଟଙ୍କାର ମନ୍ଦିର । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଚିକଣା ଗାଁରେ ମା ସନ୍ତୋଷୀଙ୍କ ମନ୍ଦିର  ନିର୍ମାଣ ହୋଇଛି । ପତ୍ନୀଙ୍କ ମନସ୍କାମନା ପୂରଣ ପାଇଁ ସ୍ୱାମୀ ଏହି ମନ୍ଦିର ନିର୍ମାଣ କରାଇଛନ୍ତି । ବିବାହ ବେଳେ ସ୍ତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା । 

ସୂଚନା ମୁତାବକ ଉଭୟ ଦମ୍ପତି ହାଇଦ୍ରାବାଦରେ ରୁହନ୍ତି । ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା ଜଣେ ଶିଳ୍ପପତି । ଏହି ମନ୍ଦିର ନିର୍ମାଣ ପରେ ଏହା ଗ୍ରାମବାସୀଙ୍କୁ ଭେଟି ଦେଇଛନ୍ତି । ସୁନ୍ଦର କାରୁକାର୍ଯ୍ୟ ଭରା ହୋଇଛି ଏହି ମା’ ସନ୍ତୋଷୀଙ୍କ ମନ୍ଦିର । ଦକ୍ଷିଣ ଭାରତୀୟ କାରିଗରୀରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ମୁଖଶାଳା ୮୬ ଫୁଟ ହୋଇଛି । 

ଅଧିକ ପଢ଼ନ୍ତୁ: ସ୍ତ୍ରୀଙ୍କ ପାଇଁ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ

ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।

ସେପଟେ ମନ୍ଦିରରେ ହୋଇଥିବା ସୁନ୍ଦର କାରୁକାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ଖୁବ୍‌ ଖୁସି ରହିଛନ୍ତି ।  ମା’ ସନ୍ତୋଷୀଙ୍କ ମନ୍ଦିରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।