• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ଲୋକାର୍ପିତ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋରେ ଜନ୍ମ ଗ୍ରହଣ କରିଥିବା ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠର ରୂପାନ୍ତରିତ କାର୍ଯ୍ୟ ଶେଷ ହେବାପରେ ଆଜି ଏହାର ଲୋକାର୍ପଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଏଥିରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠିଘର, ଘରର ଠାକୁର ରାଧା ବିନୋଦ ବିହାରୀଙ୍କ ନୂତନ ମନ୍ଦିର, ଶିଶୁମାନଙ୍କ ପାଇଁ ଶିଶୁ ବାଟିକା ଓ ନୂତନ ପାର୍କ ପର୍ଯ୍ୟଟକଙ୍କ ପାଇଁ ଗୃହ ରହିଛି ।

ଅଧିକ ପଢ଼ନ୍ତୁ: ଗୋପବନ୍ଧୁ ଦାସ କାହିଁକି ହେଲେ ଉତ୍କଳମଣି

ଏହି ଅବସରରେ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତାର ଦଣ୍ଡାୟମାନ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ନୂତନ ପୁଷ୍କରିଣୀ, ପର୍ଯ୍ୟଟକଙ୍କ ଖାଇବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଫୁଡ କୋର୍ଟ ଆଦିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଉତ୍କଳମଣିଙ୍କର ଜୀବନଚର୍ଯ୍ୟାକୁ ନେଇ ପ୍ରସ୍ତୁତ ସଂଗ୍ରହାଳୟ ଲୋକାର୍ପିତ କରାଯାଇଛି ।