Advertisment

୨୦ ଦିନ ପରେ ଆପଣଙ୍କ ଗାଡି ରାସ୍ତାରେ ଆଉ ଚାଲିବନି?

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ

author-image
Sarbeswar
ଅଦ୍ୟତନ ହୋଇଛି
Vehicle Scrapping Policy In Odisha

scrapped in state

ଆଉ ରାସ୍ତାରେ ଗଡିପାରିବନି ପୁରୁଣା ଗାଡି । ମାର୍ଚ୍ଚ ୧୫ ସୁଦ୍ଧା ୨୦ ଲକ୍ଷ ପୁରୁଣା ଗାଡିକୁ ସ୍କ୍ରାପ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ପୁରୁଣା ଗାଡି ମାଲିକଙ୍କ ବଢିଯାଇଛି ଟେନସନ୍‌ । କାରଣ ୨୦ ଦିନ ଭିତରେ ଗାଡି ସ୍କ୍ରାପ୍‌ ବୋଲି ଗୃହରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

Advertisment

୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରାଯିବ ବୋଲି ସରକାର କହିଛନ୍ତି । ସ୍କ୍ରାପ୍‌ ହେବାକୁ ଥିବା ଗାଡି ମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର ରହିଛି । ଏଇ ସବୁ ଗାଡି ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସ୍କ୍ରାପ ହେବ।

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ ।

Advertisment

ଜାଣନ୍ତୁ କେମିତି ଜାଣିବେ ଗାଡିର ଫିଟନେସ୍‌?

ଘରୋଇ ଗାଡ଼ି ପାଇଁ ୨୦ବର୍ଷ ଓ ବାଣିଜ୍ୟିକ ଯାନ ୧୫ ବର୍ଷ ଚାଲିବା ପରେ ଫିଟନେସ୍‌ ସାର୍ଟିଫିକେଟ୍ ନମିଳିଲେ ଆପେ ଆପେ ଏହାର ପଞ୍ଜିକରଣ ରଦ୍ଦ ହୋଇଯିବ । ଗାଡ଼ି ଗୁଡ଼ିକର ଫିଟ୍‌ନେସ ଯାଞ୍ଚ କେବଳ ସରକାରୀ ଅନୁମୋଦିତ କେନ୍ଦ୍ରରେ କରାଯାଇପାରିବ । ଏସବୁର ଟେଷ୍ଟ ରିପୋର୍ଟ ଅନଲାଇନ୍‌ରେ ବି ଜାରି ହେବ । ଗାଡ଼ି ଯେଉଁଠୁ କିଣା ଯାଇଥାଉ ନା କାହିଁକି ସ୍କ୍ରାପ୍ ଦେଶର କୌଣସି ବି ସ୍ଥାନରେ ହୋଇ ପାରିବ । ପୁରୁଣା ଗାଡ଼ି ସ୍କ୍ରାପ୍ ସାର୍ଟିଫିକେଟ୍ ଦେଖାଇଲେ, ନୂଆ ଗାଡ଼ି କିଣିବା ବେଳେ ଗାଡ଼ି ମୂଲ୍ୟରେ ୫ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ନେଇ ପୂର୍ବରୁ ସୂଚନା ରହିଛି । ସେହିପରି ଘରୋଇ ଗାଡ଼ି କ୍ଷେତ୍ରରେ ରୋଡ୍‌ ଟ୍ୟାକ୍ସରେ ପାଖାପାଖି ୨୫ ପ୍ରତିଶତ ଓ ବାଣିଜ୍ୟିକ ଗାଡ଼ି କ୍ଷେତ୍ରରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସରେ ରିହାତି ମିଳିବ।

ତେବେ ଗତକାଲି ଗୃହରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ ପରିବହନ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ରାସ୍ତାରୁ ହଟିବ ପୁରୁଣା ଗାଡି ।

Vehicle Scrapping Policy
Advertisment
Advertisment