Advertisment

ଆଉ ଗୋପାଳ ହସୁନି...ଚୁପଚାପ୍‌ ବସୁଛି...

ଜେଲ ଭିତରେ ଏବେ ଚିନ୍ତାରେ ଅଛି କି ଗୋପାଳ? ନିଜର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇପଡିଛି କି ? ଯଦି ପୂର୍ବରୁ ମନ୍ତ୍ରୀଙ୍କୁ ରାଗରେ ମାରିଥିବା ଗୋପାଳ କହୁଥିଲା ତେବେ ଏବେ ଜେଲ ଚାରିକାନ୍ଥ ଭିତରେ ଅନୁତାପ କରୁଛି କି?

author-image
Sarbeswar
ଅଦ୍ୟତନ ହୋଇଛି
Naba Das Murder Accused Is Not Interacting With Any Inmate In Chowdwar Jail

Gopal

ଜେଲ ଯିବା ପରେ ଆଉ ଗୋପାଳ ସେଦିନ ଯେମିତି ହସୁଥିଲା ଏବେ ସେମିତି ହସୁନାହିଁ । ଏବେ ଚୌଦ୍ୱାର ଜେଲର ୩ ନମ୍ବର ସେଲ ଗୋପାଳ ନୂଆ ଠିକଣା ବୋଲି ଜଣାପଡିଛି । ମନ୍ତ୍ରୀ ନବଦାସ ହତ୍ୟା ଘଟଣାରେ ଗିରଫ ହେବା ପରେ ଝାରସୁଗୁଡା ରୁ ଚୌଦ୍ୱାର ଜେଲ ଆସିଛି ଗୋପାଳ । ମନ୍ତ୍ରୀଙ୍କୁ କେମିତି ମାରିଲା? ସିନ ରିକ୍ରିଏସନ ହେଉ କି ଗୁଜୁରାଟ ଯିବା ଦିନ ହେଉ ଭାରି ଜୋର ହସୁଥିଲା ଗୋପାଳ । ହେଲେ ଏବେ ଜେଲର ୪ କାନ୍ଥ ଭିତରେ ହସ ବନ୍ଦ ହୋଇଯାଇଛି। ହସୁ ତ ନାହିଁ...କି କାହା ସହ କଥାବାର୍ତ୍ତା ହେଉନି। ଅଧିକାଂଶ ସମୟ ଚୁପ୍‌ ରହୁଛି । ଜେଲ କର୍ମଚାରୀ କିଛି ପଚାରିଲେ ଉତ୍ତର ଦେଉଛି ନହେଲେ ତାହାବି ନୁହେଁ ବୋଲି କହିଛନ୍ତି ଚୌଦ୍ୱାର ଜେଲରୁ ଜାମିନରେ ବାହାରିଥିବା ଜଣେ ବ୍ୟକ୍ତି।

Advertisment

ଅଧିକ ପଢ଼ନ୍ତୁ: କେଉଁ ଆଡ଼େ ଯାଉଛି ନବ ହତ୍ୟା ତଦନ୍ତ ?

ଜେଲ ଭିତରେ ଏବେ ଚିନ୍ତାରେ ଅଛି କି ଗୋପାଳ? ନିଜର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ହୋଇପଡିଛି କି? ଯଦି ପୂର୍ବରୁ ମନ୍ତ୍ରୀଙ୍କୁ ରାଗରେ ମାରିଥିବା ଗୋପାଳ କହୁଥିଲା ତେବେ ଏବେ ଜେଲ ଚାରିକାନ୍ଥ ଭିତରେ ଅନୁତାପ କରୁଛି କି? ମନ୍ତ୍ରୀଙ୍କୁ ହତ୍ୟା କରିବା ଦିନରୁ ପୂରା ରାଜ୍ୟରେ ବେଶ୍‌ ଚର୍ଚ୍ଚିତ ଅଛି ଗୋପାଳ। ଏମିତିକି ତାକୁ ନେଇ ବିଧାନସଭାରେ ବି ହାଇଡ୍ରାମା ଚାଲିଛି। କେହି କେହି ଗୋପାଳର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ଜେଲରୁ ସଜସଜ ଜାମିନରେ ଆସିଥିବା ବ୍ୟକ୍ତି ଜଣକ ଯେଉଁ ଚାଚଂଲ୍ୟକର ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଆହୁରି ଚର୍ଚ୍ଚା ବଢିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋପାଳ ରହୁଥିବା ସେଲକୁ କୌଣସି ଅନ୍ତେବାସୀ କିମ୍ବା କାହାକୁ ଛଡାଯାଉନି । ଏକାଏକା ଜେଲ ଭିତରେ ରହୁଛି ଗୋପାଳ। ଅନ୍ୟ କଏଦୀମାନଙ୍କୁ ଯାହା ଖାଇବାକୁ ଦିଆଯାଉଛି ତାକୁ ବି ସମାନ ଖାଦ୍ୟ ଦିଆଯାଉଥିବା ବ୍ୟକ୍ତି ଜଣକ କହିଛନ୍ତି।

Advertisment

ମନ୍ତ୍ରୀଙ୍କ ହତ୍ୟାକୁ ଦିନ ଯେତିକି ଯେତିକି ଗଡୁଛି, ଗୋପାଳକୁ ନେଇ ସେତିକି ସେତିକି ପ୍ରଶ୍ନ ବଢୁଛି। କେତେବେଳେ ପୋଲିସ କହୁଛି ସେ ଦୋଷ ସ୍ୱୀକାର କରିଛି ତ ଆଉ କେତେବେଳେ ସେ ମାନସିକ ରୋଗୀ ବୋଲି ଚର୍ଚ୍ଚା ହେଉଛି। ଠିକ୍‌ ଏତିକି ବେଳେ ଗୋପାଳ କେମିତି ଜେଲ ଭିତରେ ଜୀବନ କାଟୁଛି ଜଣାପଡିବା ପରେ ତାହାକୁ ନେଇ ଏବେ ଚର୍ଚ୍ଚା ଆହୁରି ବଢିଛି...।

(ଚୌଦ୍ୱାରରୁ ପ୍ରକାଶ ନାୟକଙ୍କ ରିପୋର୍ଟ)

Naba Das Chowdwar Jail
Advertisment
Advertisment