/odishatv-khabar/media/post_attachments/uploadimage/library/16_9/16_9_0/s_1689575428.jpg)
Fake doctor arrested
ରୋଗୀଙ୍କ ଜୀବନ ସହ ଖେଳ। ସାନଖେମୁଣ୍ଡି ଡେଙ୍ଗାଉସ୍ତର ଏକ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । କଟକ ରାଣୀହାଟରେ ମଧ୍ୟ ସେ କ୍ଲିନିକ କରି ରୋଗୀଙ୍କ ଚିକିତ୍ସା କରୁଥିଲେ। ଶୁଭ୍ରଜିତଙ୍କ କଟକ ସ୍ଥିତ ଭଡ଼ା ଘରେ ମଧ୍ୟ ପୋଲିସ୍ ଖୋଳତାଡ଼ କରିଛି। ସେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱରର ଏମ୍ସ ଡାକ୍ତର କହି ରୋଗୀଙ୍କ ଚିକିତ୍ସା କରୁଥିଲେ।
Advertisment
ସୂଚନା ଅନୁସାରେ, ଗିରଫ ନକଲି ଡାକ୍ତର ଶୁଭ୍ରଜିତଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ। ସେ +୨ ପାଠ ପଢ଼ି ମେଡିସିନ୍ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ। ଜଣେ ରୋଗୀଙ୍କୁ ଦେଖିବା ପାଇଁ ସେ ୩୦୦ ଟଙ୍କା ନେଉଥିଲେ।
ପୂର୍ବରୁ ମଧ୍ୟ ଏହି ନକଲି ଡାକ୍ତରଙ୍କୁ ତେଲେଙ୍ଗାନା ପୋଲିସ ୨୦୨୦ରେ ଗିରଫ କରିଥିଲା। ସେତେବେଳେ ଶୁଭ୍ରଜିତ ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହିବା ସହ ଡାକ୍ତର ସମ୍ମିଳନୀରେ ଯୋଗ ଦେଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)