ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ କାହା ସ୍ୱାର୍ଥରେ ସରକାରୀ ଯୋଜନା ? ଏଭଳି ପ୍ରଶ୍ନ ଉଠାଇଛନ୍ତି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରବାସୀ ।
୧୫ ଦିନରେ ସରିଲା ରାସ୍ତା କାମ । ମାସେ ପରେ ପୁଣି ଖରାପ । ବିନା ସୂଚନା ଫଳକରେ ବି ହୋଇଛି ରାସ୍ତା କାମ । ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ଖାଲଖମାରେ ଭର୍ତ୍ତି ।
ପ୍ରଧାନମନ୍ତ୍ରୀ ଆବାସ ନାଁରେ ଘୋଟାଲା। ଗରିବଙ୍କ ଟଙ୍କା ଖାଇଗଲେ ସରକାରୀ ବାବୁ ।
ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।
ବୌଦ୍ଧ ଜଳସେଚନ ଡିଭିଜନ ଅଧୀନରେ ଚାଲିଛି ବିଚିତ୍ର କାର୍ଯ୍ୟ । ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରି କୂଳରେ ଚାଲିଛି ସୁରକ୍ଷା ପ୍ରାଚୀର ନିର୍ମାଣ ।
ମେଡିକାଲ ନିର୍ମାଣ କାମରେ ମହାଘୋଟାଲା । ଛାତ ପଡ଼ୁ ପଡ଼ୁ ଗଳୁଛି ପାଣି । ହାତ ମାରିଦେଲେ ବାହାରି ଯାଉଛି ଲୁହାରଡ଼୍....
ବାବୁମାନେ ଖାଇଗଲେ ହିତାଧିକାରୀଙ୍କ ପାଇଖାନା ଟଙ୍କା । ତଦନ୍ତ ପରେ ଲୋକାୟୁକ୍ତଙ୍କ ନୋଟିସ୍ । ହରଣଘଡ଼ାରେ ୩ ବିଡିଓ ଓ ୨ ଯନ୍ତ୍ରୀ । କଳା ତାଲିକାଭୁକ୍ତ ହେବେ ୮ ସ୍ୱୟଂ ସହାୟକ ଗୋଷ୍ଠୀ ।
କାଗଜରେ ରାସ୍ତା ଓ ପାର୍କ ତିଆରି କରିଦେଲେ ଜିଆରଏସ୍ । କାମ ନ କରି ଲୁଟିନେଲେ ଶ୍ରମିକଙ୍କ ପାରିଶ୍ରମିକ । ଜାଲ ମଷ୍ଟର ରୋଲ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ ।
ଆବାସ ଯୋଜନା କିସ୍ତି ଲୁଟୁଛନ୍ତି ଠିକାଦାର। ଘର ଯୋଗାଇବା ନାଁରେ ଭୂଆଁ ବୁଲାଉଛନ୍ତି।
ପାଣିରେ ପଡିଲା ସାଢେ ୪ ଲକ୍ଷ ଟଙ୍କା । ଆମ୍ବ ବଗିଚା ପାଇଁ ଚାରା ଲଗାଇଲେ ହେଲେ ଏବେ ଚିହ୍ନବର୍ଣ୍ଣ କିଛି ଦେଖାଯାଉନି । ସେପଟେ ଗଛ ଲଗାଇ ବାଡ ଦେଇନଥିଲେ ବୋଲି ଅଭିଯୋଗ ହେଉଛି ।
୧୨ ଟି ଝରା ପରିବାର ପାଇଁ ଆସିଥିଲା ପକ୍କା ଘର । ୨୦୨୧ ଜାନୁଆରୀରେ ଶୁଭ ଦିଆଯାଇଥିଲା । ୧୨ ଟି ଘରରୁ ୬ ଟି ଘର ହୋଇଛି ସତ । କିନ୍ତୁ କାହାର ଛାତ ପଡିନି ତ ଆଉ କାହାର କବାଟ ଜରକା ଲାଗିନି ।
ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ଢେର୍ ଆଗରୁ ଧାନ ଚାଷ ହୋଇଥିବା ଜମିର ସବିଶେଷ ତଥ୍ୟ ମାଗିଥିଲେ। ଧାନ ବିକିବା ଲାଗି ଚାଷୀଙ୍କୁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ତେବେ
ଜାଲ୍ ଦସ୍ତାବିଜ୍ ମାଧ୍ୟମରେ କେଳେଙ୍କାରୀ..ଏ ଚଞ୍ଚକତା ପଛରେ କିଏ ?
ଗରିବଙ୍କୁ ଚାଉଳ ନ ଦେଇ ଚଳୁ କରୁଛନ୍ତି ଡିଲର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ...
ବ୍ଲକ କର୍ମଚାରୀ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ, ନିଜ ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର
ମିନି ଶୀତଳ ଭଣ୍ଡାର ହୋଇ ଭାଙ୍ଗିଗଲା, ହେଲେ ଚାଷୀଙ୍କ କାମରେ ଲାଗିଲାନି। ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ ଯନ୍ତ୍ରାଂଶକୁ ମିଶାଇ ପ୍ରାୟ ୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଞ୍ଚଳରେ ପ୍ରଭାବଶାଳୀଙ୍କ କବଜାରେ ଗୋଚର ଜମି । ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି ।
ରୁରାଲ ହାଟର ଚିହ୍ନବର୍ଣ୍ଣ ନାହିଁ, କାଗଜପତ୍ରରେ ଦର୍ଶାଇ ମିଥ୍ୟା ବିଲ୍ କରାଯାଇଛି । ମଷ୍ଟର ରୋଲରେ ପଡ଼ିଛି ସରକାରୀ କର୍ମଚାରୀଙ୍କ ନାଁ ସରକାରୀ ଟଙ୍କା ଆତ୍ମସାତ ପାଇଁ ଚଞ୍ଚକତା ।
ଚକା ଚକ୍ ଦିଶୁଛି ଓଭର୍ ହେଡ୍ ପାଣିଟାଙ୍କି.. ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି.. ହେଲେ ପାଣି ଏଠି ସାତ ସପନ.. ଯେତେବେଳେ ବି ପାଣି ଆସୁଛି ବାହାରୁଛି ପଙ୍କ ମିଶା ପୋଚରା ପାଣି..
ବାଃରେ କାମ... କାମ ନସରୁଣୁ ମାଡ଼ିରେ ଲୋଟିଲା ପାଚେରି । ଗ୍ରାମବାସୀ ବାରିଲେ ଦୁର୍ନୀତିର ଗନ୍ଧ