Advertisment

Odisha Politics: ଜଗନ୍ନାଥ ସଂସ୍କୃତି ଆଳରେ ଏଣ୍ଟ୍ରି ମାରୁଛି କି ଧର୍ମ ରାଜନୀତି ?

‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି  ।

author-image
Satyendu Shekher Mishra
undefined

Odisha Politics

ନିର୍ବାଚନ ପୂର୍ବରୁ ଧାର୍ମିକ ଭାବାବେଗ କାର୍ଡ ଖେଳୁଛି କି ବିଜେଡି ? ବିଜେପିକୁ ଚେକ୍ ଦେବାକୁ ସଫ୍ଟ ହିନ୍ଦୁତ୍ୱ ଫଣ୍ଡା ନୁହେଁ ତ ? ରତ୍ନଭଣ୍ଡାର ପ୍ରସଙ୍ଗରେ ଅଡୁଆରେ ଥିବାରୁ ଏହି ସ୍କିମ୍ କି ? ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମରେ କ୍ୟାବିନେଟ ମୋହର ବାଜିବା ପରେ ପଂଚାୟତିରାଜ ବିଭାଗ ଜାରି କରିଛି ଗାଇଡଲାଇନ୍ । ଏହି ସ୍କିମରେ ଗ୍ରାମାଂଚଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ବ୍ୟବସ୍ଥା ହୋଇଛି ।

Advertisment

ହେଲେ ଗାଇଡଲାଇନ୍ ଅନୁସାରେ ଫୋକସରେ ରହିଛି ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ଏବଂ ପୂଜାସ୍ଥଳିର ଉନ୍ନତି। ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରତି ପଂଚାୟତରେ ଖର୍ଚ୍ଚ ହେବ ୧୦ ଲକ୍ଷ ଟଙ୍କା । ତେବେ ଯୋଜନାରେ କୌଣସି ପୁରୁଣା ପ୍ରକଳ୍ପକୁ ଅର୍ଥ ମିଳିବନି । ଗାଁ ଲୋକଙ୍କ ପରାମର୍ଶ ଅନୁସାରେ ପ୍ରକଳ୍ପ ଚୟନ କରାଯିବ । ବ୍ଳକ୍ ଅଫିସ୍ ଏସବୁ ପ୍ରକଳ୍ପକୁ ଅନୁମୋଦନ କରିବ । ତେବେ ଏଭଳି ବ୍ୟବସ୍ଥାରୁ ବିଜେଡି ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । କାହିଁକିନା ପ୍ରତି ଓଡ଼ିଆଙ୍କ ଆରାଧ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଉ ଗାଁ ଗହଳିର ପୂଜାସ୍ଥଳି ସ୍ଥାନୀୟ ଲୋକଙ୍କ ଧର୍ମୀୟ ଭାବନା ଓ ଭାବାବେଗକୁ ପ୍ରଭାବିତ କରିଥାଏ।

ତେଣୁ ନବୀନଙ୍କ ପଞ୍ଚମ ପାଳିରେ ଧାର୍ମିକ ପୀଠଗୁଡ଼ିକର ବିକାଶ ଉପରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଯାହାକୁ ନେଇ ତେଜୁଛି ରାଜନୀତି। ବିଜେପି କହିଛି, ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଜନ ଅସନ୍ତୋଷ ଥିବାରୁ ତାକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।

Advertisment

ନବୀନଙ୍କ ପଂଚମ ପାଳିର ଶେଷ ବର୍ଷରେ ଗ୍ରାମାଂଚଳ ମନ୍ଦିର ଉନ୍ନତୀକରଣ ପାଇଁ ଯୋଜନା ଆଣିବା ପଛର କାରଣ କଣ ? ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ନାଁରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛି କି ? ସରକାର ବିରୋଧୀ ମାହୋଲକୁ କାଉଣ୍ଟର କରିବାକୁ ଭାବାବେଗ କାର୍ଡ ଖେଳୁଛି କି ବିଜେଡି ? ଅନ୍ୟପକ୍ଷରେ ୨୦୨୪ ଜାନୁଆରୀରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ବିଜେପିକୁ ଚେକ୍ ଦେବାକୁ ଏହା ଏକ ସୁଚିନ୍ତିତ ପ୍ଳାନ୍ କି ?

ଏହା ପୂର୍ବରୁ ମଧ୍ୟ ବିଜେଡିର ବିଧାୟକ, ସାଂସଦମାନେ ଶଙ୍ଖ ମୋ ଗର୍ବ କହି ବ୍ୟାପକ ପ୍ରଚାର କରିଥିଲେ। ପରେ ପରେ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ସୋସିଆଲ ମିଡିଆରେ ପ୍ରଚାର କଲେ। ତେଣୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ବିଜେଡିକୁ ଏବେ ଜଗନ୍ନାଥ ଭରସା ବୋଲି ଚର୍ଚ୍ଚା ହେଉଛି ।

Congress BJD BJP Odisha Politics
Advertisment
Advertisment