Advertisment

ମିଶନ୍ ପଶ୍ଚିମ ପାଇଁ ଶଙ୍ଖ-ପଦ୍ମ କସରତ: ବିଜେପିକୁ ଚେକ୍ ଦେବାକୁ ଶାସକ ଦଳର ପ୍ୟାକେଜ୍ ଷ୍ଟ୍ରାଟେଜି

ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା।

author-image
Chandan Shishu
undefined

Mission Western Odisha

ପଶ୍ଚିମ ଓଡ଼ିଶାରେ ବିଜେପିକୁ ଚେକ୍ ଦେବାକୁ ରାଜ୍ୟ ସରକାର ଘୋଷଣା କରୁଛନ୍ତି ଗୋଟିଏ ପରେ ଗୋଟିଏ ପ୍ୟାକେଜ୍। ନିକଟରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମ ଆରମ୍ଭ କରି ନବୀନ କହିଥିଲେ ପଶ୍ଚିମ ଓଡିଶା ପାଇଁ ସବୁବେଳେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି। ଯାହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ପାଲଟା ଅଭିଯୋଗ କରିଛନ୍ତି, ପଶ୍ଚିମ ଓଡ଼ିଶାକୁ ବିଜେଡି ସବୁବେଳେ ଅବହେଳା କରିଆସିଛି। ଏସବୁ ବୟାନବାଜି ଭିତରେ କିନ୍ତୁ ବିଜେଡି ପାଇଁ ମୁଣ୍ଡବଥା ପାଲଟିଛି ପଶ୍ଚିମରେ ଦଳରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳ। 

Advertisment

ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା। ୫ରୁ ୫ ଲୋକସଭା ସିଟ୍ ହାତେଇ ଥିଲା ପଦ୍ମ ଦଳ। ଏମିତିକି ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଲଢି ବଡ଼ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ବରଗଡ଼ ଲୋକସଭା ସିଟ୍ କିନ୍ତୁ ହାରି ଯାଇଥିଲା ବିଜେଡି।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା ଆସନରୁ ୮ ଟିରେ ଜିତିଥିଲା ବିଜେପି। ଏବେ ପ୍ରଶ୍ନ, ୨୪ ସାଧାରଣ ନିର୍ବାଚନରେ କାହା ପଲ୍ଲା ଭାରି ରହିବ? ପଶ୍ଚିମ ଓଡ଼ିଶାର ଫଳାଫଳ ସରକାର ଗଢିବାରେ ନିର୍ଣ୍ଣାୟକ ଭୂମିକା ରଖୁଥିବାରୁ ଏବେଠୁ ଉଭୟ ବିଜେଡି ଓ ବିଜେପି ଆରମ୍ଭ କରିଛନ୍ତି ମିଶନ୍ ପଶ୍ଚିମ। ତେବେ ପଶ୍ଚିମରେ ବିଜେପିର ସ୍ଥିତି ଦୃଢ଼ ଥିବାରୁ ସାଂଗଠନିକ ସ୍ତରରେ ନିଜ ଦଳକୁ ମଜଭୁତ୍ କରିବାରେ ଲାଗି ପଡ଼ିଛି ବିଜେଡି।

Advertisment

ସେପଟେ ସରକାରୀ ସ୍ତରରେ ବି ପ୍ୟାକେଜ୍ ଘୋଷଣା ହୋଇଛି। ଶୁଭାରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମ। ଏହା ଅନ୍ତର୍ଗତ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧୨୫ କୋଟି ଖର୍ଚ୍ଚ କରାଯାଇ ନିର୍ମାଣ ହେବ  ୨ ହଜାର ସ୍ଥାନୀୟ ସଭାଗୃହ ଓ କଲ୍ୟାଣ ମଣ୍ଡପ। ଏହି କାର୍ଯ୍ୟକ୍ରମ ଆରମ୍ଭ ବେଳେ ପଶ୍ଚିମ ଓଡିଶା ପାଇଁ ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ତେଜିଛି ରାଜନୀତି। ବିରୋଧୀ 
ବିଜେପି ଓ କଂଗ୍ରେସ୍ ଅଭିଯୋଗ କରିଛନ୍ତି, ପଶ୍ଚିମ ଓଡିଶାକୁ ବିଜେଡି ସବୁବେଳେ ଅବହେଳା କରିଆସିଛି।

ପଶ୍ଚିମ ଓଡ଼ିଶାକୁ ବିଜେଡି ଫୋକସ୍ କରୁଥିବାବେଳେ ଦଳ ପାଇଁ ଚିନ୍ତାର କାରଣ ହୋଇଛି ଗୋଷ୍ଠୀ କନ୍ଦଳ।କଳାହାଣ୍ଡିରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟରେ ସଂପର୍କ ସେତେଟା ଭଲ ନାହିଁ। ବଲାଙ୍ଗିର ଜିଲ୍ଲାରେ ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ନେତା କଳୀକେଶ ସିଂହଦେଓ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ସ୍ଥିତି।

ବରଗଡ଼ରେ ମଧ୍ୟ ମନ୍ତ୍ରୀ ରୀତା ସହୁ ଓ ବିଧାୟକ ସୁଶାନ୍ତ ସିଂ ଓ ଅନ୍ୟନେତାଙ୍କ ମଧ୍ୟରେ ଟକ୍କରା ଟକ୍କରି ପରିସ୍ଥିତି। ତେଣେ ସମ୍ବଲପୁରରେ ରୋହିତ ପୂଜାରୀ, ରାସେଶ୍ୱରୀ ପାଣିଗ୍ରାହୀ ଓ ନଳିନୀ ପ୍ରଧାନଙ୍କ ବିବାଦ ଚାଲିଥିବା ଚର୍ଚ୍ଚା। ସେହିପରି ଝାରସୁଗୁଡାରେ ବିଧାୟିକା ଦୀପାଳି ଦାସ ଓ ଅଳକା ମହାନ୍ତି ଗୋଷ୍ଠୀ ମଧ୍ୟରେ ସଂପର୍କ ଭଲ ନାହିଁ। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ମନ୍ତ୍ରୀ ସାରଦା ନାୟକ ଓ ବିଧାୟକ ସୁବ୍ରତ ତରାଇଙ୍କ ମଧ୍ୟରେ ଉତ୍ତମ ସଂପର୍କ ନଥିବା କୁହାଯାଉଛି। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ବିଭିନ୍ନ ଆସନ ପାଇଁ ଏକାଧିକ ଆଶାୟୀ ଥିବାରୁ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେପିକୁ ଚେକ୍ ଦେବାରେ ବିଜେଡିର ମିଶନ୍ ପଶ୍ଚିମ କେତେଦୂର ସଫଳ ହେଉଛି ତା ଉପରେ ନଜର।

BJD BJP
Advertisment
Advertisment