Advertisment

ମୂଳରୁ ପୋଖରୀ ନାହିଁ, ପଚାରିବାରୁ ଅଜବ ଯୁକ୍ତି ବାଢ଼ିଲେ ସରପଞ୍ଚ

ପୋଖରୀ ନଥିଲେ ସୁଦ୍ଧା ଖନନ ଓ ତୁଠ ବାବଦକୁ ଟଙ୍କା ବିଲ୍ ହୋଇଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Yojanara Na Hariloot

Yojanara Na Hariloot

ପୋଖରୀ ନଥାଇ ପୋଖରୀ ଖୋଳାଯାଇଥିବା ସରକାରୀ ରେକର୍ଡରେ ଦେଖାଯାଇଛି। ଆଉ ବିଲ୍ ମଧ୍ୟ ଉଠିଯାଇଛି। ଭଦ୍ରକ ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତରେ ଏମିତି ବାଟବଣା ହୋଇଛି ମନରେଗା ଯୋଜନା। ପଞ୍ଚାୟତ ଓ ବ୍ଲକର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏଭଳି ହୋଇଥିବା ବେଳେ ସରପଞ୍ଚଙ୍କ ଅଜବ ଯୁକ୍ତି ପୋଖରୀ ଅଛି, ତୁଠ ବି ଅଛି।

Advertisment

ଭଦ୍ରକ ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତରେ ଫଳକ ଲାଗିଛି, କାର୍ଯ୍ୟାଦେଶ ଆସିଛି ଏବଂ ମନରେଗା ଯୋଜନାରେ ଟଙ୍କା ମଧ୍ୟ ଆସିଛି। ହେଲେ ଯୁଆଡେ ଆଖି ବୁଲାଇଲେ ପୋଖରୀର ନାଁ ଗନ୍ଧ ନାହିଁ। ୨୦୨୨-୨୩ରେ ସୁଦର୍ଶନପୁର ପଞ୍ଚାୟତରେ ବିଲ ମଙ୍ଗଳା ଠାକୁରାଣୀଙ୍କ ପାଖରେ ପୋଖରୀ ଖନନ ଓ ତୁଠ ପାଇଁ ୯ ଲକ୍ଷ ୯୦ ହଜାର ଟଙ୍କା ଆସିଥିବା ଫଳକରେ ଲେଖା ଅଛି। କେତେବେଳେ ୧୦ ହଜାର କେତେବେଳେ ୧୧ ହଜାର ଏମିତି ମୋଟ ୯୩ ହଜାର ଟଙ୍କା ଉଠିସାରିଥିବା ତଥ୍ୟ କହୁଛି। ତେବେ ଯେଉଁଠି ଆଦୌ ପୋଖରୀ ଖନନ ହୋଇନି, ସେଠି ଟଙ୍କା କେମିତି ବିଲ୍ ହେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଉଠା ଜଳସେଚନ ପ୍ରକଳ୍ପ କାମରେ ଦୁର୍ନୀତି ! ଲକ୍ଷ ଲକ୍ଷ ଖର୍ଚ୍ଚ ହେଲା, ହେଲେ ଜମିକୁ ମାଡ଼ୁନି ପାଣି

Advertisment

ପୋଖରୀ ନହୋଇ କେମିତି ବିଲ୍ ହେଲା ବୋଲି ସରପଞ୍ଚଙ୍କୁ ପଚାରିବାରୁ ସେ ଯୁକ୍ତି ବାଢିଛନ୍ତି ପୋଖରୀ ଅଛି, ତୁଠ ବି ଅଛି। ପୂର୍ବରୁ ଏକ ରାସ୍ତା କାମ ପାଇଁ ଏଠାରୁ ମାଟି ଖୋଳାଯାଇଥିବା ବେଳେ ଏହି ସ୍ଥାନକୁ ପୋଖରୀ ଦର୍ଶାଇ ଟଙ୍କା ଆତ୍ମସାତ୍ ପାଇଁ ମସୁଧା ହୋଇଥିବା ଅଭିଯୋଗ ହେଉଛି।

ପୋଖରୀ ନହୋଇ କେମିତି ମଷ୍ଟର ରୋଲ ହେଲା ସେନେଇ ଜିଆରଏସ୍ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଜେଇ କହିଛନ୍ତି, ତାଙ୍କ ଅଗୋଚରରେ ଏମିତି ବିଲ୍ ହୋଇଛି। ଏଠି ପ୍ରଶ୍ନ ଉଠୁଛି, ଜେଇଙ୍କ ଅଜାଣତରେ ବିଲ୍ ହେଲା କିପରି ? କିପରି ତିଆରି ହେଲା ମଷ୍ଟର ରୋଲ୍ ?

ପଞ୍ଚାୟତରେ କାର୍ଯ୍ୟ ହେଉଛି ଅଥଚ ଜେଇଙ୍କ ଅଜାଣତରେ ବିଲ୍ ହେଉଛି, ଏହା କେମିତି ସମ୍ଭବ ? ବ୍ଲକ ପ୍ରଶାସନ ମଧ୍ୟ ବିଲ୍ କିପରି ଆପ୍ରୁଭାଲ କରିଦେଉଛି ? ଏନେଇ ବାସୁଦେବପୁର ବିଡିଓଙ୍କ ଚିରାଚରିତ ଉତ୍ତର, ତଦନ୍ତ ହେବ।

ଜିଲ୍ଲାପାଳ ଏପରିକି ରାଜ୍ୟପାଳଙ୍କୁ ଚିଠି ଲେଖି ଅଭିଯୋଗ କରିବା ସହ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏବେ ଅପେକ୍ଷା କେବେ ହେଉଛି ତଦନ୍ତ ।

Jojanara Na Hariloot Yojanara Na Hariloot
Advertisment
Advertisment