Advertisment

କେତେ ଭଦ୍ର ଓ ଶୃଙ୍ଖଳିତ ଆମ ଜନପ୍ରତିନିଧି: ଗୁମର ଖୋଲିଲା ADR ରିପୋର୍ଟ

ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।

author-image
Chandan Shishu
undefined

ADR report

ଆମ ବିଧାୟକ କେତେ ଶୃଙ୍ଖଳିତ, କେତେ ନିର୍ମଳ ତାଙ୍କ ଭାବମୂର୍ତ୍ତି ? ତାହାର ଗୁମର ଖୋଲିଛି ଆସୋସିଏସନ୍ ଅଫ୍  ଡେମୋକ୍ରାଟିକ୍ ରିଫର୍ମ- ADR ଓ ନ୍ୟାସନାଲ ଇଲେକ୍ସନ ୱାଚର ସଦ୍ୟତମ ରିପୋର୍ଟ।  ରିପୋର୍ଟ ଦର୍ଶାଇଛି, ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ହେଲେ କେତେଜଣ ବିଧାୟକ ହତ୍ୟା, ମହିଳା ବିରୋଧୀ ଅଭିଯୋଗ ମାମଲାରେ ଜଡ଼ିତ, ପଢନ୍ତୁ ଏ ରିପୋର୍ଟ।

Advertisment

କେତେ ସ୍ୱଚ୍ଛ ଆମ ଜନ ପ୍ରତିନିଧି ? କେତେ ଭଦ୍ର ଓ ଶୃଙ୍ଖଳିତ ଆମେ ବାଛିଥିବା ବିଧାୟକ? ସଦ୍ୟତମ ଏଡିଆର୍ ରିପୋର୍ଟ ଖୋଲିଛି ବିଧାୟକଙ୍କ ଅସଲ ମୁଖା। ନିର୍ବାଚିତ ବିଧାୟକମାନଙ୍କ ଭିତରୁ ୪୪ ଭାଗ ଅର୍ଥାତ୍ ୬୪ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ଖାଲି ସେତିକି ନୁହେଁ, ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ଲାଗିଛି ସଙ୍ଗୀନ ମାମଲା। ରାଜ୍ୟର ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା ମାମଲା ଥିବା ବେଳେ ୧୧ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୧୨ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ଓ ଜଣେ ବିଧାୟକଙ୍କ ନାଁରେ ରହିଛି ଦୁଷ୍କର୍ମ ଅଭିଯୋଗ ମାମଲା। ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।

ରାଜ୍ୟର ଅନ୍ୟ ୧୯ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ, ଦଳୱାରି ରାଜ୍ୟ ତଥ୍ୟ ଏଡିଆର୍ ରିପୋର୍ଟରେ ପ୍ରକାଶ ପାଇନାହିଁ। ସେପଟେ ଓଡ଼ିଶା ଇଲେକ୍ସନ ୱାଚ ର କହିବା କଥା, କେବଳ ପ୍ରାର୍ଥିପତ୍ର ନାକଚ ଭୟରେ ନିଜ ନାଁରେ ଥିବା ଜଣାଶୁଣା ମାମଲାଗୁଡ଼ିକୁ ବିଧାୟକମାନେ ଦର୍ଶାଇଛନ୍ତି। ହେଲେ ବାସ୍ତବରେ ଏ ତାଲିକା ଢେର୍ ଅଧିକ।

Advertisment

୨୦୧୯ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠରେ ନିଜ ନାମରେ ଥିବା ଏସବୁ ଅପରାଧିକ ମାମଲାକୁ ସ୍ବୀକାର କରିଛନ୍ତି ବିଧାୟକ। ରାଜ୍ୟର ୧୪୫ ଜଣ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏଡିଆର୍ ଓ ନ୍ୟାସନାଲ ଇଲେକ୍ସନ ୱାଚ୍। ଏପଟେ ରାଜ୍ୟରେ ୬୪ ବିଧାୟକ ଓ କେବଳ ବିଜେଡିରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ଜଣାପଡ଼ିବା ପରେ ତେଜିଛି ରାଜନୀତି। 

୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪ ହଜାର ଜଣେ ବିଧାୟକଙ୍କ ସତ୍ୟପାଠ ଆଧାରରେ ପ୍ରସ୍ତୁତ ଏଡିଆର୍ ରିପୋର୍ଟ କହୁଛି, ଦେଶର ୧ ହଜାର ୭୭୭ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୧୩୬ ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି । ଦେଶର ୪୭ ବିଧାୟକଙ୍କ ନାମରେ ହତ୍ୟା ମାମଲା ଥିବା ବେଳେ ୧୮୧ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଓ ୧୧୪ ଜଣ ଲେଖାଏଁଙ୍କ ନାମରେ ମହିଳା ବିରୋଧୀ ଅପରାଧ ଓ ଦୁଷ୍କର୍ମ ମାମଲା ଅଛି। 

ADR Report
Advertisment
Advertisment