Advertisment

ଅତିଷ୍ଟ କଲାଣି ଟୁଇନ ସିଟିର ଡ୍ରେନ୍ ସମସ୍ୟା: ଏ ବର୍ଷ ବି ଜୀବନ ନେଲା ମୁକୁଳା ଡ୍ରେନ୍‌

ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।

author-image
Chandan Shishu
undefined

Rajasthan youth falls to death in open drain in Cuttack

କେତେବେଳେ ସ୍ୱରେଜ ତ ପୁଣି କେତେବେଳେ ଡ୍ରେନେଜ୍ କାମ। କେଉଁଠି ଡ୍ରେନ୍ ସଫା ହୋଇନି, ପୁଣି କେଉଁଠି ନୂଆ ଡ୍ରେନ୍ କାମ ଚାଲୁଛି। ଆଉ ଏସବୁ ଭିତରେ ବର୍ଷା ଅସରାଏରେ ଭାସୁଛି ସହର, ଦହଗଞ୍ଜ ସହରୀ ମଣିଷ। ବର୍ଷା ମାସ ଆଗରୁ କାମ ନସାରି ପ୍ରତିବର୍ଷ ବର୍ଷା ଦିନରେ ଟୁଇନ୍ସିଟି କଟକ- ଭୁବନେଶ୍ବରକୁ ଯେମିତି ବୁଡ଼ାଇ ଘାଣ୍ଟୁଛି ବ୍ୟବସ୍ଥାର ଦାୟିତ୍ବହୀନତା। ଆଉ ସମସ୍ୟା ପ୍ରତି ସରକାରୀ କଳର ସମ୍ବଦେନହୀନତା ହିଁ କଟକ ସହରରେ କାଲି ଜଣେ ଯୁବକଙ୍କ ଜୀବନ ନେଇଛି। 

Advertisment

ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ। ରାହୁଲ କୁମାର। ରାଜସ୍ଥାନର ମୂଳ ବାସିନ୍ଦା ରାହୁଲ, ପୁରୀରେ ବ୍ୟବସାୟ କରୁଥିବା ବାପାଙ୍କ ପାଖକୁ ଆସି, ପରେ କଟକ ଝୋଲାସାହିରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଆଉ କଟକରେ ସେଇ ବୁଲା ହେଲା ଶେଷ ରାହୁଲଙ୍କ ଶେଷ ବୁଲା।

ଝିପି ଝିପି ବର୍ଷାରେ ଗଳି ଗଳି, ସାହି ସାହିରେ ରାସ୍ତା ବୁଡ଼ି ଘରେ ପାଣି ପଶୁଥିଲା, ତ ସେତିକି ବେଳେ ଡ୍ରେନରୁ କଢ଼ା ଚାଲିଥିଲା ଅଳିଆ ଆବର୍ଜନା। ସମସ୍ୟା ବଢ଼ାଇଥିବା ନିର୍ମାଣାଧୀନ ବକ୍ସ ଡ୍ରେନ୍ ଓ ଛୋଟ ଛୋଟ ନାଳ। ଏଭଳି ସ୍ଥିତିରେ ସହର ବୁଡ଼ିବନି କେମିତି ? ଅଘଟଣ ଘଟିବନି କେମିତି? ତେବେ ମୃତକଙ୍କ ପରିବାରକୁ ଭେଟିବାକୁ ଆସିଥିଲା ବେଳେ ଡ୍ରେନେଜ୍ ସମସ୍ୟାକୁ ନେଇ ସେଇ ଚିରାଚରିତ ଉତ୍ତର ଦେଇଛନ୍ତି ସିଏମସି ମେୟର।

Advertisment

ରାଜ୍ୟର ପ୍ଲାନ୍ଡ ସହର ଭାବେ ପରିଗଣିତ ରାଜଧାନୀ ଭୁବନେଶ୍ୱର ତ ଜଳ ନିଷ୍କାସନ କ୍ଷେତ୍ରରେ ଯେମିତି ପୂରା ଅନ ପ୍ଲାନ୍ଡ। ଏଠି ବି କେମିତି ବାହାଘର ବେଳେ ବାଇଗଣ ରୁଆ ଚାଲିଛି। କାଲିର ବର୍ଷାରେ ଅଧା ଭୁବନେଶ୍ୱର ବୁଡ଼ିବା ପରେ ପାୱାର ହାଉସ ଛକ ଓ ଟ୍ରେଜେରୀ ପଛ ପଟ ରାସ୍ତାରେ ଆଜି ଚାଲିଛି ଡ୍ରେନ୍ କାମ। ଆଉ ମାଉସୀମାକ ନିକଟ ବିବେକାନନ୍ଦ ମାର୍ଗରେ ଏବେ ଚାଲିଛି ଡ୍ରେନରୁ ପଙ୍କ ଉଦ୍ଧାର।

କେବଳ ଏ ଦୁଇଟି ସ୍ଥାନ ନୁହେଁ, କେଉଁଠି ସ୍ୱରେଜ ତ କେଉଁଠି ଡ୍ରେନେଜ୍ କାମ ପାଇଁ ରାଜଧାନୀର ଅନେକ ଅଞ୍ଚଳ ସାମାନ୍ୟ ବି ବର୍ଷାରେ ବୁଡ଼ୁଛି। ସ୍ମାର୍ଟସିଟିରେ ଡ୍ରେନ୍ ପାଣି ଘରେ ପଶୁଛି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ତେଜୁଛି। ସେପଟେ ଭୁବନେଶ୍ବର ମେୟରଙ୍କ କହିବା କଥା, ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି। ଲଗାଣ ବର୍ଷାକୁ ନଜରରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଟୁଇନସିଟିରେ ଜଳବନ୍ଦୀ ସମସ୍ୟା ଦିନକୁ ଦିନ ବଢୁଥିବା ବେଳେ ଯେଉଁ କାମ ଖରାଦିନେ ସରିବା କଥା ସେ କାମ ବର୍ଷା ଦିନକୁ କାହିଁକି ରହୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।

Heavy Rainfall Smart City
Advertisment
Advertisment