• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଜିଲା ରାଜଧାନୀର ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି । ଆଜିଠୁ ୟୁନିଟ୍ ୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ବିଏମସି କୌଣସି ପଦକ୍ଷେପ ନେଉ ନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ମାର୍କେଟ ବିଲଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି ।

ତେବେ ମାର୍କେଟ୍‌ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବା ନିଷ୍ପତ୍ତି ପରେ ଚିନ୍ତାରେ ଗ୍ରାହକ । ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫ ର୍ମଠାରୁ ଆରମ୍ଭ କରି ଡ୍ରେସ୍‌, ଶାଢ଼ି, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳିଥାଏ । ଉଚିତ୍‌ ମୂଲ୍ୟରେ ମିଳୁଥିବାରୁ ଏଠାରେ ବର୍ଷ ସାରା ଭିଡ଼ ଜମିଥାଏ । ଅନ୍ୟପଟେ ୟୁନିଟ୍ ୨ ମାର୍କେଟ ବିଲ୍ଡିଂର ବିପରୀତ ପାର୍ଶ୍ୱରେ ୧ ନମ୍ବର ହାଟ ରହିଥିବାରୁ ଉଭୟ ବଜାରରେ କିଣାକିଣି କରିବା ସହଜ ହୋଇଥିଲା ।

ରାଜଧାନୀବାସୀଙ୍କ ଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଲୋକ ତଥା ଗ୍ରାମାଞ୍ଚଳର ଲୋକ ମଧ୍ୟ ଏଠାରୁ କିଣାକିଣି କରିବା ପାଇଁ ପସନ୍ଦ କରନ୍ତି । କେବଳ ଗ୍ରାହକ କାହିଁକି ମାର୍କେଟ୍‌ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ହେବ, ସେ ନେଇ ନିଶ୍ଚିତ ନଥିବାରୁ ଦୋକାନୀ ମଧ୍ୟ ପ୍ରଭାବିତ ହେବେ ।

ସୂଚନାଯୋଗ୍ୟ ୟୁନିଟ୍ ୨ ମାର୍କେଟ ବିଲ୍ଡିଂ ଏବେ ପ୍ରାୟ ୨୦୦ ଉଠାଦୋକାନୀ ନିଜ ବେପାର କରୁଛନ୍ତି । ୨ଶହ ଦେକାନୀ ବସିଯିବା ପରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଉଛି । କେବଳ ଏତିକି ନୁହେଁ ଉଠାଦୋକାନୀ ଆବର୍ଜନା ଫିଙ୍ଗୁଥିବା ବେଳେ ସ୍ଥାୟୀ ଦୋକାନୀ କିନ୍ତୁ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି । ଏଣୁ ଉଠା ଦୋକାନୀଙ୍କୁ ହଟାଇବାକୁ ସଂଘ ଦାବି କରିଛି ।