/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656693192.jpg)
unmanned combat aircraft
ଏଣିକି ଆହୁରି ଡରିବେ ପାକିସ୍ତାନ-ଚୀନ । ଭାରତ ପ୍ରସ୍ତୁତ କରିଛି ବିନା ପାଇଲଟର ଯୁଦ୍ଧ ବିମାନ । ଏଥର ଶତ୍ରୁଙ୍କ ଉପରେ ହେବ ନିର୍ଘାତ ପ୍ରହାର । ମୂଲ୍ୟବାନ ଜୀବନ ହରାଇବାର ବି ନଥିବ ଭୟ ।ଭାରତର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ବା ଡିଆରଡିଓ ପକ୍ଷରୁ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ପ୍ରଥମ ସଫଳ ପରୀକ୍ଷଣ କରାଯାଇଛି । କର୍ଣ୍ଣାଟକର ଚିତ୍ରଦୂର୍ଗଠାରେ ଥିବା ଏରୋନୋଟିକାଲ ରେଞ୍ଜରୁ ଏହାର ପରୀକ୍ଷଣ କରାଯାଇଛି । ଭବିଷ୍ୟତରେ ମାନବ ବିହୀନ ବିମାନ ନିର୍ମାଣ କ୍ଷେତ୍ରରେ ଏହା ଏକ ବଡ଼ ମାଇଲ ଖୁଣ୍ଟ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି । ସାମରିକ କ୍ଷେତ୍ରରେ ଦେଶକୁ ଆତ୍ମର୍ନିଭର କରିବାରେ ଏହା ସହାୟକ ହେବ ବୋଲି ରାଜନାଥ କହିଛନ୍ତି ।
#WATCH | In a major success towards developing unmanned combat aircraft, the maiden flight of the Autonomous Flying Wing Technology Demonstrator was carried out successfully from the Aeronautical Test Range, Chitradurga, Karnataka today: DRDO officials pic.twitter.com/9PjX2dBkIr
— ANI (@ANI) July 1, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)