Advertisment

Mystery Island Of Italy Poveglia: ଭୁଲରେ ବି ଯାଆନ୍ତୁ ନାହିଁ ଏହି ଆଇଲାଣ୍ଡ, ଥରେ ଗଲେ ଚାଲିଯିବ ଜୀବନ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ରହିଛି । ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ରହିଛି । ଏହାର ନାମ ପୋଭେଗଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି । ଯାହାକୁ ଆଜି ଯାଏଁ କେହି ବି ଜାଣିବାକୁ ସକ୍ଷମ ହୋଇନାହାନ୍ତି । ଯିଏ ବି ଏହି ଆଇଲାଣ୍ଡକୁ ଯାଏ ସେ ଆଉ ଜୀବନ୍ତ ଫେରିନଥାଏ ।

author-image
Deviprasad Jena
ଅଦ୍ୟତନ ହୋଇଛି
Mysterious Island

Mysterious Island

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯେଉଁ ସ୍ଥାନ ଗୁଡିକ ଆଜି ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଘେରରେ ରହିଛି । ଆସନ୍ତୁ ଜାଣିବା ସେମିତି ଏକ ରହସ୍ୟମୟ ଆଇଲାଣ୍ଡ ବିଷୟରେ..

Advertisment

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ରହିଛି । ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ରହିଛି । ଏହାର ନାମ ପୋଭେଗଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି । ଯାହାକୁ ଆଜି ଯାଏଁ କେହି ବି ଜାଣିବାକୁ ସକ୍ଷମ ହୋଇନାହାନ୍ତି । ଯିଏ ବି ଏହି ଆଇଲାଣ୍ଡକୁ ଯାଏ ସେ ଆଉ ଜୀବନ୍ତ ଫେରିନଥାଏ ।

ପୋଭେଗଲିଆ ଆଇଲାଣ୍ଡର ଇତିହାସ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଚତୁର୍ଦ୍ଦଶ ଶତାବ୍ଦୀରେ ମହାମାରୀ ଆରମ୍ଭହେବା ପରେ ଏହି ଦ୍ୱୀପଟି ମହାମାରୀରେ ପୀଡିତ ଲୋକଙ୍କୁ ପୃଥକ କରିବା ପାଇଁ ବ୍ୟବହାର କରାଯାଇଥିଲା । କୁହାଯାଏ ଇଟାଲୀର ଏହି ରହସ୍ୟମୟ ଦ୍ୱୀପରେ ମହାମାରୀ ଯୋଗୁଁ ପ୍ରାୟ ୧ଲକ୍ଷ ୬୦ହଜାର ଲୋକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା । । ସେଥିପାଇଁ ଏହି ଦ୍ୱୀପକୁ ପ୍ଲେଗ ଆଇଲାଣ୍ଡ ମଧ୍ୟ କୁହାଯାଇଥାଏ।

Advertisment

ମହାମାରୀ ପରେ ଏହି ଦ୍ୱୀପ ବହୁ ବର୍ଷ ପର୍ଯ୍ୟନ୍ତ ଖାଲି ରହିଥିଲା । ଉନବିଂଶ ଶତାବ୍ଦୀରେ ଏଠାରେ ଏକ ମାନସିକ ଡାକ୍ତରଖାନା ନିର୍ମାଣ କରାଯାଇଥିଲା । କୁହାଯାଏ ଯେ ଏହି ଡାକ୍ତରଖାନାରେ ରୋଗୀଙ୍କୁ ବହୁତ ହଇରାଣ କରାଯାଉଥିଲା । ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା ଏବଂ ଅନେକ ଥର ଜୀବନ୍ତ କବର ଦିଆଯାଇଥିଲା ।

କୁହାଯାଏ ଯେ, ମହାମାରୀରେ ମୃତ୍ୟୁବରଣ କରିଥିବା ଏବଂ ମାନସିକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମା ଏହି ଆଇଲାଣ୍ଡରେ ବୁଲାବୁଲି କରନ୍ତି । ଏହି ଦ୍ୱୀପ ପରିଦର୍ଶନ କରୁଥିବା ଲୋକମାନେ ଅଜବ ଘଟଣା ବିଷୟରେ କହିଛନ୍ତି। ଯେପରିକି ତାପମାତ୍ରାରେ ହଠାତ୍‌ ପରିବର୍ତ୍ତନ, ଅଜବ ସ୍ବର ଶୁଣିବା ଏବଂ ଅନ୍ଧାରରେ କାହାକୁ ଦେଖିବା। କୁହାଯାଏ ଯେ, ଏହି ଆଇଲାଣ୍ଡ ପରିଦର୍ଶନ କରୁଥିବା ଅନେକ ଲୋକ ହଠାତ୍‌ ମରିଯାଆନ୍ତି କିମ୍ବା ଅସୁସ୍ଥ ହୋଇଯାଆନ୍ତି। ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ,ଏହି ଦ୍ୱୀପ ସହ ଜଡିତ ଭୟଙ୍କର କାହାଣୀ ।

ସେଥିପାଇଁ ପ୍ୟାରିସ ସରକାର ଏହି ଆଇଲାଣ୍ଡ ପରିଦର୍ଶନ କରିବାକୁ ବାରଣ କରିଛନ୍ତି । ଏପରିକି ଯଦି କେହି ଏହି ଦ୍ୱୀପକୁ ଆସନ୍ତି, ତେବେ ସେ ଅସୁସ୍ଥ ହୋଇଯିବେ କିମ୍ବା କୌଣସି କାରଣରୁ ହଠାତ୍‌ ମରିଯିବେ।

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

Special Story Italy Tour Mysterious
Advertisment
Advertisment