Advertisment

ସାବଧାନ ! ପାନ୍-ଆଧାର ଲିଙ୍କ୍‌ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା

ଜୁଲାଇ ୧ ରୁ ଏହି ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି।

author-image
Otv Khabar Bureau
ଅଦ୍ୟତନ ହୋଇଛି
PAN-Aadhaar link

PAN-Aadhaar link

ଜୁଲାଇ ମାସ ପହିଲାରୁ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯଦିଓ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଅନେକ ଜିନିଷ ବଦଳିଯାଏ, କିନ୍ତୁ ଏଥର ଜୁଲାଇ ୧ ଏହି କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୧ଟି ଜିନିଷ ବଦଳିବାକୁ ଯାଉଛି। ତେବେ କ'ଣ ପରିବର୍ତ୍ତନ ହେବ ଜାଣିରଖନ୍ତୁ, ନଚେତ୍‌ ଆପଣ ହଇରାଣ ହେବେ ।

Advertisment

ପାନ୍ ଓ ଆଧାର କାର୍ଡକୁ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ୨୦୨୩ ମାର୍ଚ୍ଚ । କିନ୍ତୁ ଏହି ତାରିଖ ସୁଦ୍ଧା ଲିଙ୍କ୍ କରିବା ପାଇଁ ଆପଣଙ୍କୁ ୧୦୦୦ ଟଙ୍କା ଜୋରିମାନ ଦେବାକୁ ପଡ଼ିବ। କିନ୍ତୁ ଜୁନ୍ ୩୦ ପର୍ଯ୍ୟନ୍ତ ଉଭୟ ଡକ୍ୟୁମେଣ୍ଟ୍ ଲିଙ୍କ୍ କରିବା ପାଇଁ ୫୦୦ ଟଙ୍କା ଜୋରିମାନା ଅଛି। ଯଦି ଆପଣମାନେ ପାନ-ଆଧାର ଲିଙ୍କ କରିନାହାନ୍ତି ତେବେ ତୁରନ୍ତ ଆଜି ହିଁ କରାଇ ନିଅନ୍ତୁ ।

ପ୍ରତିମାସର ୧ ତାରିଖରେ ଗ୍ୟାସ ଦରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଏଥର ମଧ୍ୟ ଗ୍ୟାସ ଦର ବୃଦ୍ଧି ହେବା ନେଇ କୁହାଯାଉଛି। ହେଲେ କେତେ ବଢିବ ସେନେଇ କୌଣସି ସୂଚନା ନାହିଁ।  ତାପମାତ୍ରା ବଢୁଥିବା କାରଣରୁ ଜୁଲାଇ ୧ରୁ ଏସି ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଜୁଲାଇ ୧ରୁ ନୂଆ ଦର କାର୍ଯ୍ୟକାରୀ ହେବା ନେଇ ଚର୍ଚ୍ଚା ବଢିଛି । ୫ ତାରକା ଏସିର ରେଟିଂ ୪ ତାରକାକୁ ହ୍ରାସ ପାଇବ। ଏହା ସହିତ ମୂଲ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

Advertisment

ଜୁଲାଇ ୧ରୁ ସାରା ଦେଶରେ ଶ୍ରମ ସଂହିତାର ନୂଆ ନିୟମ ଲାଗୁ ହୋଇପାରେ । ଏହାର କାର୍ଯ୍ୟକାରିତା ସହିତ, ନିଯୁକ୍ତ ବ୍ୟକ୍ତିଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଏହାସହ ଦୈନିକ ୧୨ ଘଂଟାର କାର୍ଯ୍ୟ ଦିବସ ବି ଲାଗୁ ହୋଇପାରେ। ଆଜିଠାରୁ ଅନଲାଇନ୍ ସପିଂ କମ୍ପାନୀ, ବ୍ୟବସାୟୀ ଓ ପେମେଣ୍ଟ ଗେଟୱେ ସେମାନଙ୍କ ପ୍ଲାଟଫର୍ମରେ ସୁରକ୍ଷିତ ଭାବରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ ତଥ୍ୟ ସଂରକ୍ଷଣ କରିବାରେ ସମର୍ଥ ହେବେ ନାହିଁ।

ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଆରବିଆଇ ଜୁଲାଇ ୧ ତାରିଖରୁ କାର୍ଡ଼ ଟୋକେନାଇଜେସନ୍ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି। ଏହି ସିଷ୍ଟମରେ, କାର୍ଡ଼ର ସବିଶେଷ ତଥ୍ୟ ଟୋକେନରେ ରୂପାନ୍ତରିତ ହେବ। ଯଦି ଆପଣ ଡିମାଟ୍ ଓ ଟ୍ରେଡିଂ ଆକାଉଣ୍ଟ୍ ର KYC ସମାପ୍ତ କରିନାହାଁନ୍ତି, ତେବେ ଜୁଲାଇ ୧ ପରେ KYC ଅଦ୍ୟତନ ହୋଇପାରିବ ନାହିଁ । ଭବିଷ୍ୟତରେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଡିମାଟ୍ ଆକାଉଣ୍ଟ୍ ପାଇଁ KYCର ଶେଷ ତାରିଖ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୨ ଥିଲା କିନ୍ତୁ ପରେ ଏହାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜୁନ ୩୦ ସୁଦ୍ଧା ସମ୍ପତ୍ତି ଟିକସ ଜମା ଉପରେ ସରକାର ୧୫ ପ୍ରତିଶତ ରିହାତି ପ୍ରଦାନ କରୁଛନ୍ତି। ଜୁନ ୩୦ ପରେ, ଅର୍ଥାତ୍ ଜୁଲାଇ ୧ରୁ ଆପଣ ଏହି ରିହାତିର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ। ଏହା କେବଳ ଦିଲ୍ଲୀରେ ହିଁ ଲାଗୁ ହେବ।

ଜୁଲାଇ ୧ରୁ ଦେଶର ଅଗ୍ରଣୀ ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପ ଏହାର ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କଞ୍ଚାମାଲର ମୂଲ୍ୟ ବୃଦ୍ଧି ଓ ମୁଦ୍ରାସ୍ଫୀତି ବୃଦ୍ଧି ନେଇ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ହିରୋ ମୋଟୋକର୍ପ ଘୋଷଣା ପରେ ଅନ୍ୟ କମ୍ପାନୀଗୁଡିକ ମଧ୍ୟ ମୂଲ୍ୟ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି। ତେବେ ଜୁଲାଇ ୧ରୁ ଅର୍ଥାତ୍‌ ଆଜିଠାରୁ ଏହି ସବୁ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

PAN-Aadhaar Link Special Story Pay Fine
Advertisment
Advertisment