• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଦୟପୁର ଟେଲର୍ କିଲିଂ ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ, ଏପଟେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ରାଜସ୍ଥାନରେ ହଠାତ୍ ୩୨ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବଦଳି ବି ଏହି ମାମଲା ସଂପର୍କିତ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବାରୁ ଉଦୟପୁରରେ ୧୪୪ ଧାରା ଜାରି ରହିଛି । ହେଲେ ୧୪୪ ଧାରା ଭିତରେ ବି ଗତକାଲି ସେଠାରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ, ଦେଶର ଅନ୍ୟ ସ୍ଥାନରେ ବି ଅସନ୍ତୋଷ ପ୍ରକାଶ ପାଇଛି ।

୪୪ ଧାରା ସତ୍ତ୍ୱେ ରାଜସ୍ଥାନ ଉଦୟପୁରରେ ସାଧାରଣ ଲୋକେ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିବା ବେଳେ ଗତକାଲି କର୍ଣ୍ଣାଟକ କଲବୁର୍ଗି ଏବଂ ଉତ୍ତରପ୍ରଦେଶର ବରେଲି, ଅଯୋଧ୍ୟା ଓ ମୋରାଦାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଭଳି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ ରାଜସ୍ଥାନ ପୋଲିସ ଓ କଂଗ୍ରେସ ସରକାରକୁ ମଧ୍ୟ ନିଶାନା କରିଛି ସଂଗଠନ ।

ଗତ ମଙ୍ଗଳବାର ଉଦୟପୁରରେ ଜଣେ ଟେଲର୍ କହ୍ନେୟା ଲାଲର ଅତି ନୃଶଂସ ଭାବେ ମୁଣ୍ଡକାଟ କରିଥିଲେ ୨ ହତ୍ୟାକାରୀ ଗସ୍ ମହମ୍ମଦ ଓ ରିୟାଜ୍ ଅନସାରୀ । ନୁପୂର ଶର୍ମା ସମର୍ଥନରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ କହ୍ନେୟାକୁ ହତ୍ୟା କରିଥିବା ସେମାନେ ଭିଡିଓ ପୋଷ୍ଟ କରିଥିଲେ । ଘଟଣାର କିଛି ଘଣ୍ଟା ଭିତରେ ଉଭୟଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କୁ ଆଜମେର୍ ହାଇ-ସିକ୍ୟୁରିଟି ଜେଲରେ ରଖାଯାଇଛି ।

କୋର୍ଟ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତେଣେ ଏହି ମାମଲାରେ ଷଡ଼ଯନ୍ତ୍ର ଓ ଅପରାଧ ପ୍ରସ୍ତୁତି ଅଭିଯୋଗରେ ଆଉ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ଉଦୟପୁର ରେଞ୍ଜ୍ ଆଇଜି ସୂଚନା ଦେଇଛନ୍ତି । ଏହି ମାମଲା ସଂପର୍କିତ ଆଉ ଏକ ବଡ଼ ଖବର ହେଉଛି, ଉଦୟପୁର ଏସପି ଓ ଆଇଜିଙ୍କ ସମେତ ପୂରା ରାଜସ୍ଥାନରେ ୩୨ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି ।

ଗସ୍ ମହମ୍ମଦ ଓ ରିୟାଜ୍ ଅନସାରୀ ଏହି ହତ୍ୟାକାରୀଙ୍କର କେବଳ ପାକିସ୍ତାନ ଲିଙ୍କ୍ ନୁହେଁ, ସାମ୍ନାକୁ ଆସୁଛି ଆହୁରି ଅନେକ ରୋଚକ ତଥ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ମହମ୍ମଦ ରିୟାଜ୍ ଭିଲଓ୍ୱାଡ଼ା ଆସିନ୍ଦ ବାସିନ୍ଦା ଏବଂ ସେ ୨୦ ବର୍ଷ ହେଲା ଉଦୟପୁରରେ ରହୁଥିଲା । ରିୟାଜ କାହା ଯୋଗାଯୋଗରେ ରହୁଥିବା ଜାଣିବା ପାଇଁ, ପୋଲିସ ତାର ପରିବାର, ସଂପର୍କୀୟ ଓ ସାଙ୍ଗସାଥିଙ୍କ ଖୋଜ୍ ଖବର ନେଉଥିବା ବେଳେ ରିୟାଜଙ୍କ ମୂଳ ଘରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ।