ଆମ୍ବେଦକର ପ୍ରସଙ୍ଗରୁ ସଂସଦରେ ଧକ୍କାକାଣ୍ଡ, ସାରା ଦେଶ ହୁଲସ୍ତୁଲ। ସଂସଦ ଭବନ ବାହାରେ ବିଜେପିର ବିକ୍ଷୋଭ ବେଳେ ରାହୁଲ ଗାନ୍ଧିଙ୍କ ଧକ୍କାବାଜିରୁ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଦୁଇ ବିଜେପି ସାଂସଦ ଗୁରୁତର ଆହତ ହୋଇଛନ୍ତି। ଏପଟେ ବିଜେପି ସାଂସଦଙ୍କ ଠେଲାପେଲାରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ୍ ଖଡ଼ଗେ ଆହତ ହେବା ଭଳି ପାଲଟା ଅଭିଯୋଗକୁ ନେଇ ସରଗରମ ରାଜନୀତି । ଆକ୍ରମଣାତ୍ମକ ମୁଦ୍ରାରେ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ।
ଜମ୍ମୁ-କାଶ୍ମୀରରେ ବଦଳିଛି ସ୍ଥିତି। ଧାରା ୩୭୦ ଉଚ୍ଛେଦ ଓ ସୁରୁଖୁରୁରେ ବିଧାନସଭା ନିର୍ବାଚନ ସରିବା ପରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛି ଓଟିଭି। ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଥିବା ଘାଟିରେ ସୁରକ୍ଷା, ଲୋକଙ୍କ ଜୀବନଧାରଣ ମାନ, ପର୍ଯ୍ୟଟନର ବିକାଶ ଭଳି ଅନେକ ପ୍ରସଙ୍ଗରେ ଗ୍ରାଉଣ୍ଡ ରିଅଲିଟି ଚେକ୍ କରିଛି ଆମ ଟିମ୍। ଶ୍ରୀନଗରରୁ ଓଟିଭିର ଏକ୍ସକ୍ଲୁସିଭି ରିପୋର୍ଟ...
ବେଆଇନ୍ ନିର୍ମାଣ କରୁଥିଲେ ମାଟିରେ ମିଶିବ କୋଠା । ଅକ୍ୟୁପାନ୍ସି ସାର୍ଟିଫିକେଟ୍ ନଥିଲେ ମିଳିବନି ପାଣି, ବିଜୁଳି ସଂଯୋଗ । OC ନଥିଲେ ସ୍ୱରେଜ୍ ସଂଯୋଗ କି ମିଳିବନି ବ୍ୟାଙ୍କ ଲୋନ୍ । ସୁପ୍ରିମକୋର୍ଟଙ୍କ କଡ଼ା ରାୟ ପରେ ବିଲଡର ଛାନିଆ ।
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ସ୍ଥିତି ଏବେ କଣ? ଦିନେ ଆତଙ୍କବାଦୀଙ୍କ ଚରାଭୂଇଁର ଶିରପା ପିନ୍ଧିଥିବା ଉପତ୍ୟକାରେ କେତେ ସୁରକ୍ଷିତ ଲୋକ?
ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।
ବେଆଇନ ନିର୍ମାଣକୁ 'ସୁପ୍ରିମ' ଝଟ୍କା। ମାଟିବେ ମିଶିବ ଅନଧିକୃତ ନିର୍ମାଣ। OC ନଥିଲେ ମିଳିବନି ପାଣି, ବିଜୁଳି ଓ ସ୍ବେରେଜ ସଂଯୋଗ। ବ୍ୟାଙ୍କ ଲୋନ୍ ବି ମିଳିବନି।
ଦେଶର ବିଭିନ୍ନ ସ୍ଥାନରେ ନଡ଼ିଆ ତେଲକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି। କୋର୍ଟ କହିଛନ୍ତି ଯେ ଯେଉଁଭଳି ଭାବରେ କମ୍ପାନୀମାନେ ସେମାନଙ୍କ ତେଲକୁ ବ୍ରାଣ୍ଡ କରିବେ ଏବଂ ଏହାକୁ ବିକ୍ରି କରିବେ, ସେହି ଆଧାରରେ ଟିକସ ନିଆଯିବ।
ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଏଥିରେ ସଂସଦର ମକର ଦ୍ବାରର ସିଡି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ୫ଟି ଷ୍ଟିଚ୍ ପଡିଛି ।
RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।
ବେହେବାଗ ଅଞ୍ଚଳର କାଦରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବରେ ଏନକାଉଣ୍ଟର କରିଥିଲେ।
ରାହୁଲ ଗାନ୍ଧି ପ୍ରଥମେ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ମୁକେଶ ପ୍ରତାପ ଷଡଙ୍ଗୀଙ୍କ ଉପରେ ପଡିଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ବର ସାଂସଦ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ ପଡ଼ିଗଲେ। ଏହାପରେ ମୁଁ ପଡ଼ିଗଲି।
ୱାନ୍ ନେସନ୍, ୱାନ୍ ଇଲେକସନ୍ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି, JPC ଗଠିତ । ୩୧ ଜଣିଆ କମିଟିରେ ଲୋକସଭାରୁ ୨୧ ଜଣ ସାଂସଦ ଓ ରାଜ୍ୟସଭାରୁ ଅଛନ୍ତି ୧୦ ସଦସ୍ୟ ।
ମୁମ୍ବାଇ ଉପକୂଳରେ ବଡ଼ ଧରଣର ଟ୍ରାଜେଡି । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ପିଟିଲା ନୌସେନାର ସ୍ପିଡ୍ ବୋଟ୍ ।
ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।
ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି ।
କଂଗ୍ରେସ କିଭଳି ପ୍ରତିଟି କୌଶଳ ଆପଣାଇ ପାରେ । ବି.ଆର. ଆମ୍ବେଦକରଙ୍କ ସହ ଏସ୍ସି, ଏସଟି ଲୋକଙ୍କୁ ଅପମାନିତ ଭଳି ଟ୍ରିକସ ଆପଣାଉଛି କଂଗ୍ରେସ ।
ଅଂଜି ଖଡ୍ ବ୍ରିଜ୍ କତ୍ରାରୁ ରେଆସିକୁ ସଂଯୋଗ କରୁଛି । ଏହା ଭାରତର ପ୍ରଥମ କେବୁଲ୍ ରେଲୱେ ବ୍ରିଜ୍ ।
'ପୁଷ୍ପା ୨'ର ପ୍ରିମିୟର୍ ଶୋ’ରେ ଦଳାଚକଟାରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ସହିତ ତାଙ୍କର ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନାହିଁ। ପ୍ରକାଶ ଯେ, ଶିଶୁର ଅବସ୍ଥା ଏବେ ବି ଗୁରୁତର ଏବଂ ସେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି।
ନଭେମ୍ବର ୨୪ରେ ସମ୍ଭଲରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି । ଜାମା ମସଜିଦରେ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଦ୍ୱାରା କରାଯାଇଥିବା ସର୍ଭେ କାର୍ଯ୍ୟକୁ କେନ୍ଦ୍ରକରି ବ୍ୟାପକ ହିଂସାର ସୂତ୍ରପାତ ହୋଇଥିଲା।
ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ୨୦୦୩ ମସିହାରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀ କମିଟି ଗତ କିଛି ବର୍ଷ ମଧ୍ୟରେ ୨୨ ଥର ବୈଠକ କରିଛି। ଯଦିଓ ଏହା ସୀମା ବିବାଦର ସମାଧାନ କରିବାରେ ସଫଳ ହୋଇନଥିଲା, ତଥାପି ଉଭୟ ଦେଶର ଅଧିକାରୀମାନେ ଏହାକୁ ଏକ ପ୍ରତିଜ୍ଞାକାରୀ, ଉପଯୋଗୀ ତଥା ସୁବିଧାଜନକ କମିଟି ବୋଲି ବିବେଚନା କରୁଛନ୍ତି।
ଟାଇମ୍ସ ମାଗାଜିନ ତାର ୨୦୨୪ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜାଗା ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟକୁ ସାମିଲ କରିଛି । ଏହି ଦୁଇ ରେଷ୍ଟୁରାଣ୍ଟ ହେଉଛି ହାଇଦ୍ରାବାଦର ମନମ ଚକଲେଟ ଏବଂ ହିମାଚଳ ପ୍ରଦେଶର ନାର । ଏହି ରେଷ୍ଟୁରାଣ୍ଟ ଦୁଇଟିର ବିଶେଷତ୍ୱ ହେଉଛି ଭିନ୍ନ ଷ୍ଟାଇଲରେ ଘରୋଇ ଖାଦ୍ୟକୁ ଲୋକଙ୍କ ସାମ୍ନାରେ ରଖିବା । ଭାରତୀୟ କୋକୋର ପ୍ରଚାର କରୁଥିବା ପ୍ରିମିୟମ ଚକଲେଟର ବ୍ରାଣ୍ଡ ଅଟେ ମନମ ଚକଲେଟ । ମନମ ଚକଲେଟ କାରଖାନା ୨୦୨୩ରେ ହାଇଦ୍ରାବାଦରେ ଖୋଲିଥିଲା ।
ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।
ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍, ୨୦୨୪ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର।
ଏହି ମନ୍ଦିରଟି ବହୁତ ପୁରୁଣା । ମନ୍ଦିରର ଦେଖାଶୁଣା କରୁଥିଲେ ଗୋଟିଏ ବେଙ୍ଗଲି ପରିବାର । ମନ୍ଦିରଟି ଏହି ବେଙ୍ଗଲି ପରିବାରର ଅଗଣା ଭିତରେ ରହିଥିଲା । ପରେ ସେ ଏହି ସଂପତ୍ତିକୁ ଜଣେ ସଂଖ୍ୟାଲଘୁ ପରିବାରକୁ ବିକ୍ରି କରି ଅନ୍ୟତ୍ର ଚାଲିଯାଇଥିଲେ । ସେ ଜମି ବିକ୍ରି କରିବା ପରେ ସଂଖ୍ୟାଲଘୁ ସଂପ୍ରଦାୟର ଏହି ବ୍ୟବସାୟୀ ଜଣକ ଏହାକୁ ତାଲା ପକାଇ ରଖିଥିଲେ ।