Advertisment

When Rahul Came To See Pratap: ପ୍ରତାପ ଷଡ଼ଙ୍ଗୀଙ୍କ ପାଖକୁ ଯାଉଥିଲେ ରାହୁଲ... ବିଜେପି ସାଂସଦ କହିଲେ; ‘ତୁମେ ଗୁଣ୍ଡାଗର୍ଦ୍ଦି କରୁଛ କି ?’

ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଏଥିରେ ସଂସଦର ମକର ଦ୍ବାରର ସିଡି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ୫ଟି ଷ୍ଟିଚ୍ ପଡିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ରାହୁଲ...ତୁମକୁ ଲାଜ ଲାଗୁନି

ରାହୁଲ...ତୁମକୁ ଲାଜ ଲାଗୁନି

ସଂସଦରେ ଘଟିଲା ଅଘଟଣ । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧକ୍କା ଦେବାରୁରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । କାରଣ ଯାହା ହେଉ ନା କାହିଁକି ରାହୁଲ ଗାନ୍ଧି ସେମାନଙ୍କୁ ଠେଲିଥିବାର ମାନିଛନ୍ତି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ଆସୁଛି । ବିଜେପି ନେତାମାନେ ଏହାକୁ ସମାଲୋଚନା କରୁଥିବା ବେଳେ କଂଗ୍ରେସ ନେତାମାନେ ସଫେଇ ଦେଉଛନ୍ତି । 

Advertisment

ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି କି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯେଉଁ ସ୍ଥାନରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ବସିଥିଲେ ସେହି ସ୍ଥାନକୁ ଯାଉଛନ୍ତି । ଯେତେବେଳେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡାକ୍ତରଖାନା ନିଆଯାଉଥିଲା ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେହି ସ୍ଥାନ ଦେଇ ଯାଉଥିଲେ । ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖି ରାହୁଲ ଗାନ୍ଧୀ କିଛି ସମୟ ଅଟକି ଯାଇଥିଲେ । ଆଉ ଏତିକି ବେଳେ ସେଠାରେ ଉପସ୍ଥିତ ଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ବିଜେପି ସାଂସଦ ରାହୁଲଙ୍କୁ ଟାର୍ଗେଟ କରିଥିଲେ । ଭିଡିଓରେ, ନିଶିକାନ୍ତ ଦୁବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କହୁଛନ୍ତି, ତୁମେ ଗୁଣ୍ଡାଗର୍ଦ୍ଦି କରୁଛ କି, ବୟସ୍କ ସାଂସଦଙ୍କୁ ଧକ୍କା ଦେଇ ପକାଇ ଦେଲ । ଏହି ସମୟରେ ବିଜେପି ସାଂସଦ ଇନ୍ଦିରା ଗାନ୍ଧିଙ୍କ କଥା ମଧ୍ୟ କହୁଥିବା ଦେଖାଯାଉଛି ।

ଅଧିକ ପଢ଼ନ୍ତୁ: ହସ୍ପିଟାଲ୍‌ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ

Advertisment

ସେପଟେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ଯେ ,ରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଠେଲି ଦେଇଥିଲେ, ଯିଏ କି ତାଙ୍କ ଉପରେ ପଡ଼ିଯାଇଥିଲେ । ଆହତ ଅବସ୍ଥାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ପରେ ରାହୁଲ ଗାନ୍ଧି କହିଛନ୍ତି ଯେ, କ୍ୟାମେରାରେ ସବୁକିଛି କଏଦ ହୋଇଛି । ଏଥିସହ ବିଜେପି ସାଂସଦମାନଙ୍କୁ ଧମକ ଦେଉଥିବା ଅଭିଯୋଗ କରିଥିଲେ । ସେହିପରି ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହଁ ମୁଁ ଏହା କରିଛି, ଠିକ୍ ଅଛି ... ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ । ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଉଥିଲା। ବିଜେପି ସାଂସଦମାନେ ଆମକୁ ଠେଲାପେଲା କରିଥିଲେ।

ସେପଟେ କଂଗ୍ରେସ ଏକ ଭିଡିଓ ଜାରି କରି ଦାବି କରିଛି ଯେ ବିଜେପି ସଦସ୍ୟମାନେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ସଂସଦ କମ୍ପ୍ଲେକ୍ସରେ ବହୁ ମହିଳା ସାଂସଦଙ୍କୁ ଠେଲା ପେଲା କରିଥିଲେ ।

ଅଧିକ ପଢ଼ନ୍ତୁ: ଏନକାଉଣ୍ଟର କଲେ ସୁରକ୍ଷା କର୍ମୀ, ଜମ୍ମୁ ଓ କାଶ୍ମୀରରେ ୫ ଆତଙ୍କୀ ସଫା

BJP Pratap Sarangi Rahul Gandhi Parliament
Advertisment
Advertisment