ଠେଲିଦେଲେ ରାହୁଲ ଗାନ୍ଧି, ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ। ସଂସଦ ଭବନର ପ୍ରବେଶ ପଥରେ ଆଜି କିଛି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ‘ଆମ୍ବେଦକର’ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ଠେଲି ଦେଇଥିଲେ ରାହୁଲ ଗାନ୍ଧି। ଅଭିଯୋଗ ଅନୁସାରେ, ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଥିଲେ ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବା ଯୋଗୁଁ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ହସ୍ପିଟାଲ୍ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ
Also Read
ପ୍ରତାପଙ୍କ ମୁଣ୍ଡରେ ପଡ଼ିଛି ୨ଟି ଷ୍ଟିଚ୍। RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ କି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ପ୍ରତାପ ଷଡଙ୍ଗୀ ଆହତ ହେବା ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି। ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ସୋସିଆଲ୍ ମିଡିଆ Xରେ ସେ ପୋଷ୍ଟ କରି କହିଛନ୍ତି, ‘କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ୱହୀନ ତଥା ଅହଂକାରୀ ଆଚରଣକୁ ମୁଁ ଦୃଢ ନିନ୍ଦା କରୁଛି। ବିରୋଧୀ ଦଳର ନେତାଙ୍କ ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ଏବଂ ଆଦୌ ଗ୍ରହଣୀୟ ନୁହେଁ। ଉଭୟ ସାଂସଦଙ୍କର ଆଶୁ ଆରୋଗ୍ୟ କାମନା କରୁଛି।’
I strongly condemn the irresponsible and arrogant behavior of Congress MP Rahul Gandhi. Such conduct by the Leader of the Opposition is shocking and is unacceptable in a democracy. Prayers for the speedy recovery of my Parliament colleagues, @pcsarangi and @mukeshrajput_mp.
— Baijayant Jay Panda (@PandaJay) December 19, 2024
ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ପ୍ରତାପ ଷଡଙ୍ଗୀ ଜଣେ ବରିଷ୍ଠ ସାଂସଦ। ଯାହା ହେଇଛି ଆଦୌ ଗ୍ରହଣୀୟ ନୁହେଁ। ବିରୋଧ ପ୍ରଦର୍ଶନ ହେଉ, ଏଥିପାଇଁ କେହି ମନା କରୁନାହାଁନ୍ତି। ମାତ୍ର ଏଭଳି ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଏନି। ଏଥିପାଇଁ ବିନମ୍ରତା ଓ ଶାଳୀନତା ଦରକାର।
ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ସେ ଏବେ ହସପିଟାଲରେ ଅଛନ୍ତି। ଭଗବାନ ତାଙ୍କୁ ଭଲ କରିଦିଅନ୍ତୁ: ଅପରାଜିତା ଷଡ଼ଙ୍ଗୀ, ସାଂସଦ, ଭୁବନେଶ୍ୱର #PratapSarangi #AparajitaSarangi #OTV pic.twitter.com/QSdqlqZu2L
— ଓଟିଭି (@otvkhabar) December 19, 2024
ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, ଏହା ରାହୁଲଙ୍କ ଗୁଣ୍ଡାମି। ବିନାଶ କାଳେ ବିପରୀତ ବୁଦ୍ଧି। ଏହା ଅଗଣତାନ୍ତ୍ରିକ କାର୍ଯ୍ୟ। ଅତ୍ୟଧିକ ହତାଶାଭାବ କାରଣରୁ ଏପରି ଘଟଣା ଘଟୁଛି। ଆହୁରି ଦୟନୀୟ ସ୍ଥିତିକୁ କଂଗ୍ରେସ ଯିବ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଏହା ଗଣତନ୍ତ୍ରର ବିଧି ବ୍ୟବସ୍ଥା ପାଇଁ ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳର ନେତା ଯେଉଁଭଳି ଭାବରେ ପ୍ରବେଶ କଲେ, ଧକ୍କା ଦେଲେ, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସଂସଦୀୟ ଗଣତନ୍ତ୍ରରେ ଏହା ଏକ ଦୁଃଖଦ ଦିନ। ଗଣତନ୍ତ୍ରକୁ ସମ୍ମାନ ଦିଆଯିବା ଉଚିତ। ଗୁଣ୍ଡାଗର୍ଦ୍ଦିକୁ ଆଦୌ ପ୍ରଶ୍ରୟ ଦିଆଯିବନି। ରାହୁଲଙ୍କ ଏଭଳି ଆଚରଣ, ବ୍ୟବହାର ଓ ସ୍ୱଭାବ ପରିବର୍ତ୍ତନ ହେବା ଉଚିତ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘଟଣାସ୍ଥଳରେ ମୁଁ ଉପସ୍ଥିତ ନଥିଲି। ମାତ୍ର ଏହି ଘଟଣା ଆଦୌ ହେବାର ନଥିଲା।
ଭାରତର ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ସ୍ଥାନ ନାହିଁ। ରାହୁଲ ଯାହା କଲେ ତାହା ନିନ୍ଦନୀୟ: ମନମୋହନ ସାମଲ #ManmohanSamal #OTV #BJP #Odisha pic.twitter.com/gT8kbEjYrM
— ଓଟିଭି (@otvkhabar) December 19, 2024
ସେପଟେ ଘଟଣାକୁ ନେଇ ପାଲଟା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି। ତାଙ୍କୁ ସଂସଦ ଭିତରକୁ ଯିବାକୁ ଦିଆଯାଇନଥିଲା। ସେଠି ସରକାରୀ ଦଳ ସାଂସଦ ମାନେ ତାଙ୍କୁ ଅଟକାଇଥିଲେ। ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ। ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ବିଜେପି ସାଂସଦମାନେ ତାଙ୍କୁ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଠେଲାପେଲା କରିଥିଲେ ବୋଲି କହିଛନ୍ତି ରାହୁଲ୍ ।