Advertisment

Scuffle in Parliament: ସଂସଦରେ ଧକ୍କାକାଣ୍ଡକୁ ନେଇ ସାରା ଦେଶ ହୁଲସ୍ତୁଲ, ଅଭିଯୋଗ ପ୍ରତି-ଅଭିଯୋଗ ସହ ଥାନାକୁ ଗଲେ ଦୁଇ ଦଳ

ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ରାହୁଲଙ୍କ ଧକ୍କାବାଜି, ଦେଶ ହୁଲସ୍ତୁଲ

ଆମ୍ବେଦକର ପ୍ରସଙ୍ଗରୁ ସଂସଦରେ ଧକ୍କାକାଣ୍ଡ, ସାରା ଦେଶ ହୁଲସ୍ତୁଲ । ସଂସଦ ଭବନ ବାହାରେ ବିଜେପିର ବିକ୍ଷୋଭ ବେଳେ ରାହୁଲ ଗାନ୍ଧିଙ୍କ ଧକ୍କାବାଜିରୁ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଦୁଇ ବିଜେପି ସାଂସଦ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏପଟେ ବିଜେପି ସାଂସଦଙ୍କ ଠେଲାପେଲାରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ୍ ଖଡ଼ଗେ ଆହତ ହେବା ଭଳି ପାଲଟା ଅଭିଯୋଗକୁ ନେଇ ସରଗରମ ରାଜନୀତି, ଆକ୍ରମଣାତ୍ମକ ମୁଦ୍ରାରେ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ।

Advertisment

ସମ୍ବିଧାନ...ଆମ୍ବେଦକର...ବାକ୍ ଲଢ଼େଇରୁ ଧକ୍କାମୁକ୍କି, ରକ୍ତପାତ...ସଂସଦ ବାହାରେ ଶାସକ ଏନଡିଏ-ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଟକରାଟକରିରୁ ସାଂଘାତିକ ସ୍ଥିତି । ଠେଲାପେଲାରୁ ଶିଡ଼ି ପାହାଚରୁ ପଡ଼ି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଗଭୀର ଆଘାତ। ମୁଣ୍ଡଫାଟି ରକ୍ତାକ୍ତ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି । ମକରଦ୍ବାର ପ୍ରବେଶ ପଥରେ ଇଏ ସେହି ଅତ୍ୟନ୍ତ ଅପ୍ରୀତିକର ଘଟଣା ଯାହାକୁ ନେଇ ଦେଶବ୍ୟାପୀ ଉଦବେଗ, ଚରମରେ ରାଜନୀତି ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ରାହୁଲ ଗାନ୍ଧିଙ୍କ ଗୁଣ୍ଡାଗର୍ଦ୍ଦି ଓ ଠେଲାପେଲାରୁ ଏଭଳି ସ୍ଥିତି । କେବଳ ପ୍ରତାପ ଷଡ଼ଙ୍ଗୀ ନୁହନ୍ତି, ସାଂସଦ ମୁକେଶ ରାଜପୁତ ମଧ୍ୟ ଆହତ ହୋଇଛନ୍ତି । ଖୋଦ୍ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ରାହୁଲ ଗାନ୍ଧିଙ୍କ ଠେଲାପେଲାରୁ ସେ ଖସି ପଡ଼ିଥିବା କହିଛନ୍ତି । କିନ୍ତୁ ଘଟଣା ସମୟରେ ବିଜେପି ସାଂସଦଙ୍କ ଅଭିଯୋଗ ଭିତରେ ସାଂସଦ ରାହୁଲ ଗାନ୍ଧି କିନ୍ତୁ ସଂପୂର୍ଣ୍ଣ ଓଲଟା କଥା କହି ସେ କାହାକୁ ଠେଲି ନାହାନ୍ତି ବରଂ ସଂସଦ ଭବନକୁ ପ୍ରବେଶ ବେଳେ ତାଙ୍କୁ ଠେଲାପେଲା କରାଯାଇଥିବା କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

ଠେଲାପେଲାରେ ଆହତ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ତୁରନ୍ତ ଆରଏମ୍ଏଲ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍ ପଡ଼ିଛି । ଉଭୟଙ୍କୁ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରଖିବାକୁ ଉଦ୍ୟମ ଚାଲିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ବିଜେପିର ବରିଷ୍ଠ ନେତା ଓ ମନ୍ତ୍ରୀ ଉଭୟଙ୍କୁ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅପରପକ୍ଷେ ପ୍ରତାପଙ୍କୁ ହସ୍ପିଟାଲ ଭେଟିବା ପରେ ରାହୁଲଙ୍କ ବିରୋଧରେ ଗର୍ଜିଛନ୍ତି ଓଡ଼ିଆ ସାଂସଦ ।

ଏପଟେ ଘଟଣାକୁ ନେଇ ତୀବ୍ର ହୋଇଛି ରାଜନୀତି । ଧକ୍କାମାରି ଦୁଇ ସାଂସଦଙ୍କୁ ଆହତ କରିଥିବା ଅଭିଯୋଗ ଆଣି ରାହୁଲଙ୍କ ବିରୋଧରେ ବିଜେପି ପକ୍ଷରୁ ସଂସଦ ମାର୍ଗ ପୋଲିସ ଷ୍ଟେସନରେ ଏତଲା ଦିଆଯାଇ ରାହୁଲଙ୍କ ଗିରଫଦାରୀ ଦାବି କରାଯାଇଛି । ରାହୁଲ ଶାରୀରିକ ଆକ୍ରମଣ କରିଥିବାରୁ ହସ୍ପିଟାଲର ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ପୂରା ଏନଡିଏ ବିରୋଧୀ ଦଳ ନେତାଙ୍କ ଏଭଳି ଆଚରଣର ତୀବ୍ର ନିନ୍ଦା କରିବା ସହ ମାନସିକ ସନ୍ତୁଳନ ହରାଇଥିବା ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିପାରେ ବୋଲି କହିଛି ।

ଏପଟେ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ୍ ଖଡ଼ଗେ ବି ବାଚସ୍ପତିଙ୍କୁ ଚିଠି ଲେଖି ବିଜେପି ସାଂସଦଙ୍କ ଠେଲାପେଲାରୁ ସେ ଆହତ ତଳେ ପଡ଼ି ଆହତ ହୋଇଥିବା ଏବଂ ଅସ୍ତ୍ରୋପଚାର ହୋଇଥିବା ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବା ଦର୍ଶାଇ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଏଥିସହ ପ୍ରେସମିଟ୍ କରି ଆମ୍ବେଦକର ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଜେପିର ଏହା ଚାଲ୍ ବୋଲି ଅଭିଯୋଗ କରିଛି କଂଗ୍ରେସ । ଆମ୍ବେଦକର ପ୍ରସଙ୍ଗରେ ଗୃହରେ ହଙ୍ଗାମା ସମୟରେ ସଂସଦ ବାହାରେ ଏ ଧକ୍କମୁକ୍କିକୁ ନେଇ ଆରମ୍ଭ ହୋଇଥିବା ଏ ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ଏବେ ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ପ୍ରତାପ ଷଡ଼ଙ୍ଗୀଙ୍କ ପାଖକୁ ଯାଉଥିଲେ ରାହୁଲ... ବିଜେପି ସାଂସଦ କହିଲେ; ‘ତୁମେ ଗୁଣ୍ଡାଗର୍ଦ୍ଦି କରୁଛ କି ?’

BJP Congress Pratap Sarangi Rahul Gandhi Parliament
Advertisment
Advertisment