Advertisment

OTV Exclusive: ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ ସୁଧୁରିଛି ସ୍ଥିତି; ଗ୍ରାଉଣ୍ଡ ରିଅଲିଟି ଚେକ୍ କଲା OTV...

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ସ୍ଥିତି ଏବେ କଣ? ଦିନେ ଆତଙ୍କବାଦୀଙ୍କ ଚରାଭୂଇଁର ଶିରପା ପିନ୍ଧିଥିବା ଉପତ୍ୟକାରେ କେତେ ସୁରକ୍ଷିତ ଲୋକ?

author-image
Sujit kumar Swain
undefined

Ground Reality Post Article 370 in Jammu and Kashmir

ଜମ୍ମୁ-କାଶ୍ମୀରରେ ବଦଳିଛି ସ୍ଥିତି। ଧାରା ୩୭୦ ଉଚ୍ଛେଦ ଓ ସୁରୁଖୁରୁରେ ବିଧାନସଭା ନିର୍ବାଚନ ସରିବା ପରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛି ଓଟିଭି। ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଥିବା ଘାଟିରେ ସୁରକ୍ଷା, ଲୋକଙ୍କ ଜୀବନଧାରଣ ମାନ, ପର୍ଯ୍ୟଟନର ବିକାଶ ଭଳି ଅନେକ ପ୍ରସଙ୍ଗରେ ଗ୍ରାଉଣ୍ଡ ରିଅଲିଟି ଚେକ୍ କରିଛି ଆମ ଟିମ୍।

Advertisment

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ସ୍ଥିତି ଏବେ କଣ? ଦିନେ ଆତଙ୍କବାଦୀଙ୍କ ଚରାଭୂଇଁର ଶିରପା ପିନ୍ଧିଥିବା ଉପତ୍ୟକାରେ କେତେ ସୁରକ୍ଷିତ ଲୋକ? ଯୋଗାଯୋଗ କ୍ଷେତ୍ରରେ ସାରା ଭାରତ ସହ ଘାଟିକୁ ଯୋଡ଼ିବାକୁ ଉଦ୍ୟମ ଭିତରେ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି। ଗତକାଲି ରେଲୱେର ଡ୍ରିମ୍ ପ୍ରୋଜେକ୍ଟ ଚେନାବ ଓ ଅଞ୍ଜି ବ୍ରିଜ ଦେଖିଥିଲେ। ଆଜି ପର୍ଯ୍ୟଟନ ପାଇଁ ପରିଚିତ କାଶ୍ମୀରର ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ରିଅଲିଟି ପରଖିଛି ଓଟିଭି ଟିମ୍। 

ଅଧିକ ପଢ଼ନ୍ତୁ: ପ୍ରତାପ ଷଡ଼ଙ୍ଗୀଙ୍କ ପାଖକୁ ଯାଉଥିଲେ ରାହୁଲ... ବିଜେପି ସାଂସଦ କହିଲେ; ‘ତୁମେ ଗୁଣ୍ଡାଗର୍ଦ୍ଦି କରୁଛ କି ?’

Advertisment

୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ବଦଳିଛି ସ୍ଥିତି। ଆତଙ୍କ ଆଢୁଆଳରୁ ବାହାରିଛି ଉପତ୍ୟକା। କାଁ ଭାଁ କେତେବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ମୁହଁତୋଡ ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ। ଗତକାଲି କୁଲଗାମରେ ବଡ଼ ଧରଣର ଏନକାଉଣ୍ଟରରେ ସଫା ହୋଇଛନ୍ତି ୫ ଆତଙ୍କୀ। ଘନଘନ ଅପରେସନ୍ ପରେ ଆତଙ୍କୀଙ୍କ ଆଡ୍ଡାରୁ ମୁକ୍ତ ହେଉଛି ଘାଟି। ଟେକାପଥର ମାଡ଼ର ସମୟ ବି ଗଲାଣି। ଶାନ୍ତି ଫେରୁଛି। ଗତ ଅକ୍ଟୋବରରେ ଜମ୍ମୁ-କାଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ନିର୍ବାଚନ ସୁରୁଖୁରୁରେ ସରିବା ପରେ ଆହୁରି ବଢ଼ିଛି ଲୋକଙ୍କ ଆସ୍ଥା। ସୁରକ୍ଷା ବ୍ୟବସ୍ଥାରେ ବି ଅନେକ ପରିବର୍ତ୍ତନ ହୋଇଛି। 

ଏବେ ପର୍ଯ୍ୟଟନ ଋତୁ। ଶ୍ରୀନଗରରେ ପ୍ରକୃତି କୋଳରେ ନିଜକୁ ହଜେଇ ଦେବା ପାଇଁ ଭାରତର ଭୂସ୍ବର୍ଗକୁ ଛୁଟି ଆସୁଛନ୍ତି ଦେଶ ବିଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକ। ମନରେ ନାହିଁ ଆତଙ୍କର ଭୟ। ଗୁଲମାର୍ଗ, ସୋନମାର୍ଗ, ପହଲଗାମର ସୌନ୍ଦର୍ଯ୍ୟ ଭିତରେ ନିଜକୁ ହଜେଇ ଦେଉଛନ୍ତି ସମସ୍ତେ। ପର୍ଯ୍ୟଟକଙ୍କୁ ଆନମନା କରୁଛି ଶ୍ରୀନଗରର ପ୍ରସିଦ୍ଧ ଡାଲ୍ ହ୍ରଦ। ବିସ୍ତୀର୍ଣ୍ଣ ଜଳରାଶି ଭିତରେ ନୌକା ବିହାର କରିବାର ସ୍ମୃତି ସାଉଣ୍ଟୁଛନ୍ତି। 

୨୬ ବର୍ଗ କିଲୋମିଟର ଡାଲ୍ ଲେକ୍ ଭିତରେ ରହିଛି ଦ୍ବୀପ। ଯେଉଁଠି ଟାପୁରେ ଲୋକ ରହୁଛନ୍ତି। ଅନେକ ଟୁରିଷ୍ଟ ଡେଷ୍ଟିନେସନ୍ ବି ଅଛି। ହ୍ରଦ ଭିତରେ ମାର୍କେଟ୍। ଶିକାରା ବା ଛୋଟ ଡଙ୍ଗାରେ ବସି ବୁଲିବା ସହ କିଣିବିକା କରିବାର ନିଆରା ମଜା ପର୍ଯ୍ୟଟକଙ୍କୁ ଆଣି ଦେଉଛି ସୁଖଦ ଅନୁଭୂତି। ହାଉସ୍ ବୋଟ୍ ବ୍ୟବସ୍ଥା ବି ଅଛି। ଡାଲ୍ ହ୍ରଦରେ ବୁଲିବା ବେଳେ କାଭା ପିଇବାର ମଜା ବି ନିଆରା। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ପରେ, ବଢିଛି ସ୍ଥାନୀୟ ଲୋକଙ୍କ ରୋଜଗାର। 

ଅଧିକ ପଢ଼ନ୍ତୁ: ନଡ଼ିଆ ତେଲ ଖାଇବେ ନା କେଶରେ ଲଗାଇବେ ? ୨୦ ବର୍ଷର ବିବାଦକୁ ସମାଧାନ କଲେ ସୁପ୍ରିମକୋର୍ଟ

Otv Jammu And Kashmir Article 370 OTV Exclusive
Advertisment
Advertisment