• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Opposition

Odisha Politics
ଭୋଟ୍ ପାଇଁ ଭଣ୍ଡାର ମେଲା... ଆରମ୍ଭ ହେଲା ଟଙ୍କା ବଣ୍ଟା !

ଭୋଟ୍ ପାଇଁ ଭଣ୍ଡାର ମେଲା କରିଦେଲେ ସରକାର। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ବିଜେଡି ନେତା। ରାଜ୍ୟରେ ପ୍ରାୟ ୯୫ ଲକ୍ଷ ପରିବାରକୁ ସହାୟତା ଦେବେ ସରକାର।

Odisha CM
ଆଗ୍ରେସିଭ୍ ମୁଡରେ ନବୀନ; ବିରୋଧୀଙ୍କୁ ଜନବିରୋଧୀ କହି ପଦଯାତ୍ରାରୁ କଲେ ଟାର୍ଗେଟ୍‌

ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍‌ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।

Naveen Patnaik warns Opposition
ବିଧାନସଭାରୁ ବିରୋଧୀଙ୍କୁ ସିଧା ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ

ଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସି ପାରିବେନି । ବିକାଶରେ ବାଧା ସୃଷ୍ଟି କରୁଥିବା ବିରୋଧୀଙ୍କ ବ୍ୟବହାର ଲୋକେ ଦେଖୁଛନ୍ତି ।

TV Channels
୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍‌ ଆଙ୍କରଙ୍କୁ ବ୍ଲାକ୍‌ ଲିଷ୍ଟ କଲା ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ

ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ।

TV Channels
୧୪ ନ୍ୟୁଜ୍ ଆଙ୍କରଙ୍କୁ ବ୍ୟାନ୍ କଲା ବିରୋଧୀ ମେଣ୍ଟ 'INDIA'

ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ନିନ୍ଦା । ତେଜିଲା ରାଜନୀତି । ଲିଷ୍ଟ ଜାରି କରି ଦେଶର ୧୪ ଜଣ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ ଲାଗି ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଜେପି ଏମର୍ଜେନ୍ସି ସହ ତୁଳନା କରିଛି ।

Politics- I.N.D.I.A Vs NDA
୨୪ରେ ହେବ NDA ବନାମ୍ I.N.D.I.A ଲଢ଼େଇ

ୟୁପିଏ ବନିଲା ଇଣ୍ଡିଆ। ୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ଆସନ ପାଇଁ ଆଗ୍ରହୀ ନୁହେଁ ବୋଲି କାଳେ ସ୍ପଷ୍ଟ କରିଛନ୍ତି ସଭାପତି ଖାଡ଼ଗେ। ଅନ୍ୟପକ୍ଷରେ ୩୮ ସହଯୋଗୀଙ୍କୁ ନେଇ ଦିଲ୍ଲୀରେ ଏନ୍ଡିଏର ଶକ୍ତି ପ୍ରଦର୍ଶନ, ନବଗଠିତ ବିରୋଧୀ ମେଣ୍ଟକୁ କଡ଼ା ସନ୍ଦେଶ ଦେଇଛି।...

ପିଜିଆଇ ରିପୋର୍ଟ
ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ସରକାରଙ୍କ ପୋଲ୍ ଖୋଲିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ରିପୋର୍ଟ୍। ସ୍କୁଲ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ୨୪ ନମ୍ବର ସ୍ଥାନକୁ ଖସିଗଲା ରାଜ୍ୟ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ରେଜଲ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ମିଳିଛି ଏଭଳି ରାଙ୍କ। ଯାହାକି ଫାଇଭ୍ ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରିଥିଲା ବେଳେ ରାଜ୍ୟ ସ୍କୁଲ ଶିକ୍ଷାର ଏଭଳି ଅଧୋଗତିକୁ ନେଇ ରାଜନୀତି ବି ତେଜିଛି।

CM Naveen Patnaik
5T ସଚିବଙ୍କ ପାଇଁ ବିରୋଧୀଙ୍କ ନିଶାନାରେ CM, ମାନସିକ ସ୍ତରରେ ଗୃହବନ୍ଦୀ କି ମୁଖ୍ୟମନ୍ତ୍ରୀ ?

ଥମୁନି ଫାଇଭ୍ ଟି ସଚିବଙ୍କ ଗସ୍ତ ବିବାଦ । ସିଏମ୍‌ଙ୍କ ଜାଣତରେ ନା ଅଜାଣତରେ ହେଉଛି ଗସ୍ତ ? ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଘନ ଘନ ଟାର୍ଗେଟରେ 5T ସଚିବ। ଆଜି 5T ସଚିବଙ୍କ ବରଗଡ଼ ଗସ୍ତ ଥିବା ବେଳେ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସାମ୍ବାଦିକ ସମ୍ମିଳନୀ କରି ଫାଇଭ ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି କରିଛନ୍ତି ଟାର୍ଗେଟ୍।

Power Cut
ବିଜୁଳି ବିଭ୍ରାଟ: ବିଜେପିର ପ୍ରଶ୍ନ ୧୫ ହଜାର କୋଟି ଟଙ୍କା ଖାଇଲା କିଏ ?

ବିଜେପିର ପ୍ରଶ୍ନ ୧୫ ହଜାର କୋଟି ଟଙ୍କା କିଏ ଖାଇଲା ? ଗ୍ରୀଡକୋ ଅଫିସ ଘେରାଉ କରି ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ। ସୁନ୍ଦରଗଡ଼, ଢେଙ୍କାନାଳ, ବାଲେଶ୍ବରରେ ତାତିଲେ ଲୋକେ। ଏଥର ଅସହ୍ୟ ଗ୍ରୀଷ୍ମପ୍ରବାହକୁ ବଳିଗଲା ଲାଇନ୍ କଟ୍। ଆଉ ଏହା ହେଉଛି ତାର ପ୍ରତିଫଳନ। ଭୁବନେଶ୍ୱର ଗ୍ରୀଡକୋ ଅଫିସ ଉପରେ କଂଗ୍ରେସର ହଲ୍ଲାବୋଲ । ଅଫିସକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହିତ ଧସ୍ତାଧସ୍ତି । ଅଣ୍ଡାମାଡ଼, ଟମାଟୋ ମାଡ଼ ବି କରାଯାଇଛି। ପରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ । ବକେୟା ବିଲକୁ ସୁଧ ବନ୍ଦ, ବିଦ୍ୟୁତ ଦର ହ୍ରାସ, ଟାଟାକୁ ଅର୍ଥ ପ୍ରଦାନର ଶ୍ୱେତ ପତ୍ର ପ୍ରକାଶ ସହିତ ଭିତ୍ତିଭୂମି ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ।

Opposition MLAs Create Ruckus In Odisha Assembly
ଆଜି ବି ଚାଲିପାରିଲାନି ବିଧାନସଭା

ବିଧାନସଭା ଶୀତ ଅଧିବେଶନର ୬ଷ୍ଠ ଦିନରେ ବି ମୁଲତବୀ ହେଲା ଗୃହ.. ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ କଲେ ବାଚସ୍ପତି